ଆବଶ୍ୟକ ହେଲେ ଶ୍ରୀମନ୍ଦିର ବନ୍ଦ ହେବା ନେଇ ମଧ୍ୟ ନିଷ୍ପତ୍ତି ହୋଇପାରେ

ଆବଶ୍ୟକ ହେଲେ ଶ୍ରୀମନ୍ଦିର ବନ୍ଦ ହେବା ନେଇ ମଧ୍ୟ ନିଷ୍ପତ୍ତି ହୋଇପାରେ

ଆବଶ୍ୟକ ହେଲେ ଶ୍ରୀମନ୍ଦିର ବନ୍ଦ ହେବା ନେଇ ମଧ୍ୟ ନିଷ୍ପତ୍ତି ହୋଇପାରେ
ପୁରୀ: ଶୁକ୍ରବାର ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଚାଲିଥିବା ଜଣାଯାଇଛି । ଏହି ବୈଠକରେ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି ଓ ଛତିଶା ନିଯୋଗ ନାୟକ ପ୍ରମୁଖ ଉପସ୍ଥିତ ଅଛନ୍ତି । ବିଭିନ୍ନ ସେବାୟତ ନିଯୋଗର ପ୍ରତିନିଧି ମଧ୍ୟ ବୈଠକରେ ସାମିଲ ଅଛନ୍ତି । ତେବେ ବୈଠକ ପରେ କୋଭିଡକୁ ନେଇ ଶ୍ରୀମନ୍ଦିର ଦର୍ଶନ ଉପରେ ଏସଓପି ଆସିପାରେ । ସପ୍ତାହରେ ଦୁଇ ଦିନ ଶ୍ରୀମନ୍ଦିର ବନ୍ଦ ନେଇ ମଧ୍ୟ ଆଲୋଚନା ହୋଇଥିବା ସୂଚନା ମିଳିଛି । ଆବଶ୍ୟକ ହେଲେ ଶ୍ରୀମନ୍ଦିର ବନ୍ଦ ହେବା ନେଇ ମଧ୍ୟ ନିଷ୍ପତ୍ତି ହୋଇପାରେ ବୋଲି କୁହାଯାଉଛି । ଅନ୍ୟପକ୍ଷରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ପୁଣି ଥରେ ଐତିହ୍ୟସ୍ଥଳ ଓ ସଂଗ୍ରହାଳୟଗୁଡ଼ିକରେ କଟକଣା ଲଗାଇଛି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସ୍‌ଆଇ) । ଏଏସ୍‌ଆଇ ଅଧୀନରେ ଥିବା ଦେଶର ସମସ୍ତ ଐତିହ୍ୟ, ପର୍ୟ୍ୟଟନସ୍ଥଳ ଓ ସଂଗ୍ରହାଳୟଗୁଡ଼ିକ ଆସନ୍ତା ମେ’ ୧୫ ପର୍ୟ୍ୟନ୍ତ ବନ୍ଦ ରହିବ । ପରବର୍ତ୍ତୀ ନିର୍ଦ୍ଦେଶନାମା ଆସିବା ପରେ ଏହି ସ୍ଥଳଗୁଡ଼ିକ ଖୋଲିବା ସମ୍ପର୍କରେ ନିଷ୍ପତ୍ତି ହେବ । ଏନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ଏଏସ୍‌ଆଇ ଓଡ଼ିଶା ସର୍କଲ୍‌ ଦାୟିତ୍ୱରେ ଥିବା ଅଧିକାରୀ କହିଛନ୍ତି, ଶୁକ୍ରବାରଠୁ ରାଜ୍ୟରେ ଏହି କଟକଣା ଲାଗୁ ହେବ । ଓଡ଼ିଶାରେ ଏଏସ୍‌ଆଇ ଅଧୀନରେ ୮୦ଟି ଐତିହ୍ୟସ୍ଥଳ ରହିଛି । ସେଥିରେ କୋଣାର୍କ ସୂର୍ୟ୍ୟ ମନ୍ଦିର, ପୁରୀ ଶ୍ରୀମନ୍ଦିର, ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମନ୍ଦିର, ମୁକ୍ତେଶ୍ୱର ଓ ରାଜାରାଣୀ ମନ୍ଦିର, ଖଣ୍ଡଗିରି-ଉଦୟଗିରି ସହ ରତ୍ନଗିରି, ଲଳିତଗିରି ଏବଂ ଉଦୟଗିରି ଭଳି ବଡ଼ ବଡ଼ ଐତିହ୍ୟସ୍ଥଳୀ ରହିଛି । କେବଳ ଦୁଇ ମନ୍ଦିର ଶ୍ରୀମନ୍ଦିର ଓ ଶ୍ରୀଲିଙ୍ଗରାଜଙ୍କୁ ଛାଡ଼ି ବାକି ଅନ୍ୟ ସମସ୍ତ ସ୍ଥାନ ବନ୍ଦ ରହିବ । ଶୁକ୍ରବାର ପୁରୀ ଶ୍ରୀମନ୍ଦିର ଏବଂ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ସହ ଆଲୋଚନା କରାଯିବ । କଟକଣାକୁ କିପରି କାର୍ୟ୍ୟକାରୀ କରାଯିବ ସେନେଇ ଆଲୋଚନା ହେବ । ଏହାପରେ ଯାହା ନିଷ୍ପତ୍ତି ନିଆଯିବ । ପୂର୍ବ ବର୍ଷ କରୋନା କଟକଣା ଲାଗି ଐତିହ୍ୟସ୍ଥଳୀଗୁଡ଼ିକ ବନ୍ଦ ରହିଥିଲା । ଗତ ଜୁନ୍‌ ପରେ ଖୋଲିଥିଲା ।