ଆର୍ୟନ ଖାନ୍‌ଙ୍କ ଡ୍ରଗ୍‌ସ ଲିଙ୍କ ମାମଲା; ତଦନ୍ତରୁ ହଟିଲେ ସମୀର

ଆର୍ୟନ ଖାନ୍‌ଙ୍କ ଡ୍ରଗ୍‌ସ ଲିଙ୍କ ମାମଲା; ତଦନ୍ତରୁ ହଟିଲେ ସମୀର

ଆର୍ୟନ ଖାନ୍‌ଙ୍କ ଡ୍ରଗ୍‌ସ ଲିଙ୍କ ମାମଲା; ତଦନ୍ତରୁ ହଟିଲେ ସମୀର

ନୂଆଦିଲ୍ଲୀ: ଶାହରୁଖ ଖାନଙ୍କ ପୁଅ ଆର୍ୟ୍ୟନଙ୍କ ଡ୍ରଗ୍ସ ଲିଙ୍କ ମାମଲାର ତଦନ୍ତ ଦାୟିତ୍ୱରୁ ହଟିଛନ୍ତି ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ। ଆର୍ୟ୍ୟନଙ୍କ ସହ ମୋଟ ୬ଟି ମାମଲାର ତଦନ୍ତ ଦାୟିତ୍ୱ ଏବେ ଏନସିବିର ଏସ୍ଆଇଟି କରିବ। ଏହି ଏସ୍ଆଇଟିର ମୁଖ୍ୟ ହେଉଛନ୍ତି ଆଇପିଏସ୍ ସଞ୍ଜୟ ସିଂହ। ସୀମର ୱାଙ୍ଖଡେଙ୍କ ନାଁରେ ଲାଞ୍ଚ କାରବାର ଅଭିଯୋଗ ଆସିବାରୁ ତାଙ୍କୁ ଆର୍ୟ୍ୟନ ଖାନଙ୍କ ମାମଲାରୁ ହଟାଇ ଦିଆଯାଇଛି। ଏଥିସହ ତାଙ୍କର ବଦଳି ମୁମ୍ବାଇ ଏନସିବିରୁ ଦିଲ୍ଲୀ ମୁଖ୍ୟାଳୟକୁ ମଧ୍ୟ ହୋଇଛି।

ତେବେ ଆର୍ୟ୍ୟନଙ୍କ ମାମଲାର ତଦନ୍ତ ଦାୟିତ୍ୱ ପାଇଥିବା ସଞ୍ଜୟ କୁମାର ସିଂହ ହେଲେ ୧୯୯୬ ବ୍ୟାଚ୍ର ଓଡ଼ିଶା କ୍ୟାଡର ଆଇପିଏସ୍। ସେ ଏବେ ଡେପୁଟି ନିର୍ଦ୍ଦେଶକ ପାହ୍ୟାର ଅଫିସର ଭାବେ କାର୍ୟ୍ୟ କରୁଛନ୍ତି। ଏନସିବି ଗଠନ କରିଥିବା ଏସଆଇଟିର ନେତୃତ୍ୱ ସଞ୍ଜୟ ହିଁ ନେବେ।

ସଞ୍ଜୟ କୁମାର ସିଂହ ଓଡ଼ିଶା ପୁଲିସ୍ ଓ ସିବିଆଇରେ ଅନେକ ଦିନ ଧରି ବିଭିନ୍ନ ପଦପଦବୀରେ କାମ କରିଛନ୍ତି। ଏନସିବିରେ ସାମିଲ ହେବା ପୂର୍ବରୁ ସେ ଓଡ଼ିଶା ପୁଲିସ୍ର ଡ୍ରଗ ଟ୍ୟାକ୍ସ ଫୋର୍ସ(ଡିଟିଏଫ୍)ର ନେତୃତ୍ୱ ନେଉଥିଲେ। ଡିଟିଏଫରେ କାମ କରିବା ବେଳେ ଶ୍ରୀ ସିଂହ ଏକାଧିକ ଡ୍ରଗ ବିରୋଧୀ ଅପରେସନ ସୂଚାର ରୂପେ ତୁଲାଇ ଥିଲେ। ଏଥିସହ ଭୁବନେଶ୍ୱରରେ ଏକାଧିକ ଡ୍ରଗ କାରବାର କରୁଥିବା ରାକେଟର ପର୍ଦ୍ଦାଫାସ କରିବାକୁ ସକ୍ଷମ ହୋଇଥିଲେ।

୨୦୦୮ରୁ ୨୦୧୫ ଯାଏ ଶ୍ରୀ ସିଂହ ସିବିଆଇର ଡିଆଇଜି ଭାବେ କାମ କରିଥିଲେ। ଏହି ସମୟରେ ସେ ଏକାଧିକ ହାଇ ପ୍ରୋଫାଇଲ ମାମଲାର ତଦନ୍ତ ବି କରିଥିଲେ। ଏହାବାଦ ଓଡ଼ିଶା ପୁଲିସ୍ରେ ଶ୍ରୀ ସିଂହ ଆଇଜି ଭାବେ କାର୍ୟ୍ୟ କରିଛନ୍ତି। ଟ୍ୱିନ ସିଟିରେ ସେ ଅତିରିକ୍ତ ପୁଲିସ୍ କମିଶନର ଭାବେ ଦାୟିତ୍ୱ ସଂପାଦନ କରିଥିଲେ।