ଆଶୀର୍ବାଦଙ୍କୁ ଜାମିନ

ଆଶୀର୍ବାଦଙ୍କୁ ଜାମିନ

ଆଶୀର୍ବାଦଙ୍କୁ ଜାମିନ
ଭୁବନେଶ୍ୱର: ଆଶୀର୍ବାଦ ବେହେରାଙ୍କୁ ମିଳିଲା ଜାମିନ । ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା । ଆଶୀର୍ବାଦଙ୍କୁ ସର୍ତମୂଳକ ଜାମିନ ଦେଲେ ଓଡିଶା ହାଇକୋର୍ଟ । ଏଟି ଚିଟଫଣ୍ଡ ମାମଲାରେ ଗିରଫ ହୋଇଥିଲେ ଆଶୀର୍ବାଦ । ସିବିଆଇ ଆଶୀର୍ବାଦ ବେହେରାଙ୍କୁ ଗିରଫ କରିଥିଲା । ସୂଚନା ଅନୁସାରେ, ଗତ ସେପ୍ଟେମ୍ବର ୧୯ ତାରିଖରେ ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ)ର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରାଙ୍କୁ ସିବିଆଇ ଗିରଫ କରିଥିଲା । ତାଙ୍କ ସହ ଜନୈକ ହୋଟେଲ ମାଲିକ କମଳାକାନ୍ତ ଦାସଙ୍କୁ ବି ସିବିଆଇ ଗିରଫ କରିଥିଲା । ଉଭୟଙ୍କୁ ସିବିଆଇ ପକ୍ଷରୁ ଅର୍ଥତତ୍ତ୍ବ ଚିଟଫଣ୍ଡ ମାମଲାରେ ଗିରଫ କରାଯାଇଥିଲା । ସିବିଆଇ ପୂର୍ବରୁ ଆଶୀର୍ବାଦ ବେହେରାଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଥିଲା ଏବଂ ଜେରା କରିଥିଲା । ଠିକ୍ ସେହିପରି କମଳାକାନ୍ତ ବି ଆଗରୁ ଜେରାର ସମ୍ମୁଖୀନ ହୋଇଥିଲେ। ସ୍ବତନ୍ତ୍ର ସିବିଆଇ କୋର୍ଟରେ ସେ ଜାମିନ ଆବେଦନ କରିଥିଲେ। ଠିକ୍ ସେହିପରି, କମଳାକାନ୍ତ ଦାସ ମଧ୍ୟ କୋର୍ଟରେ ଜାମିନ ଆବେଦନ କରିଥିଲେ। ଉଭୟେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଜାମିନ ଆବେଦନ କରିଥିବା କୁହାଯାଇଥିଲା। ପରେ ଓସିଏର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରା ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ।