ଆସିଲା ସେପ୍ଟେମ୍ବର ଗାଇଡ଼ଲାଇନ, ଉଠିଲା ସଟଡାଉନ

ଆସିଲା ସେପ୍ଟେମ୍ବର ଗାଇଡ଼ଲାଇନ, ଉଠିଲା ସଟଡାଉନ

ଆସିଲା ସେପ୍ଟେମ୍ବର ଗାଇଡ଼ଲାଇନ, ଉଠିଲା ସଟଡାଉନ


ଭୁବନେଶ୍ୱର : ସେପ୍ଟେମ୍ବର ମାସ ପାଇଁ ରାଜ୍ୟ ସରକାର ଗାଇଡ଼ଲାଇନ ଜାରି କରିଛନ୍ତି  । ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣାକ୍ରମେ ସପ୍ତାହାନ୍ତ ସଟଡାଉନ ଉଠାଇ ଦିଆଯାଇଛି  । ଏବେ କଟକ, ପୁରୀ ଓ ଭୁବନେଶ୍ୱରରେ ଶନିବାର ଓ ରବିବାର ସଟଡାଉନ ଲାଗୁ କରାଯାଇଥିଲା  । କିନ୍ତୁ ଏଣିକି ସପ୍ତାହାନ୍ତ ରହିବ ନାହିଁ  ।
ସେହିପରି ଅନ୍ୟ ଗାଇଡ଼ଲାଇନଗୁଡ଼ିକ ହେଲା;

୧. ପୂର୍ବରୁ ରାତି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫୁ୍ୟ ରହୁଥିବାବେଳେ ଏବେ ରାତି ୮ ବଦଳରେ ରାତି ୧୦ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିପାରିବ  । ଅର୍ଥାତ ରାତି ୧୦ ପରେ ନାଇଟ କର୍ଫୁ୍ୟ ଜାରିରହିବ  ।

୨. ଧାର୍ମିକ, ରାଜନୈତିକ, ସାଂସ୍କୃତିକ ସମାବେଶରେ କଟକଣା ବଳବତର ରହିବ  ।

୩. ମେଳା, ମହୋତ୍ସବ, ପ୍ରଦର୍ଶନୀ ଉପରେ ବାରଣ ଜାରିରହିବ  ।

୪. ପ୍ରେକ୍ଷାଳୟ, ଅଡ଼ିଟୋରିୟମରେ ଗାଇଡ଼ଲାଇନ ମାନିବାକୁ ପଡ଼ିବ ।

୫. ବାହାଘର, ଅନ୍ତ୍ୟେଷ୍ଟି କାର୍ଯ୍ୟରେ ୨୫୦ ଲୋକଙ୍କୁ ଏକାଠି ହେବାକୁ ଅନୁମତି ମିଳିବ  ।