ଇଡିରେ ହାଜର ହେଲେ ଅଭୟ ପାଠକ
ଇଡିରେ ହାଜର ହେଲେ ଅଭୟ ପାଠକ
ଭୁବନେଶ୍ବର: ଅବସରପ୍ରାପ୍ତ ଆଇଏଫଏସ ଅଭୟ ପାଠକ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି। ଆର୍ଥିକ ନେଣଦେଣର ଖୋଳତାଡ଼ କରାଯାଉଛି। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଖୁବଶୀଘ୍ର ହାଜର ହୋଇପାରନ୍ତି ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ ପୂର୍ବ ସମନ ଆଧାରରେ ମଙ୍ଗଳବାର ଇଡିରେ ହାଜର ହୋଇଛନ୍ତି ଅଭୟ ପାଠକ । ଆର୍ଥିକ କାରବାରର ଖୋଳତାଡ଼ କରୁଛି ଇଡି । ମନି ଲଣ୍ଡରିଂ ନେଇ କେଉଁଆଡେ ଟଙ୍କା ବିନିଯୋଗ କରିଥିଲେ, ଏସବୁ ଟଙ୍କା କେଉଁଠାରୁ ଉପାର୍ଜନ କରୁଥିଲେ ସେସବୁର ଛାନଭିନ କରୁଛି ଇଡି। ତେବେ ଖୋଳତାଡ ପରେ ଇଡି ହାତରେ କି କି ତଥ୍ୟ ଲାଗୁଛି ତାହା ସ୍ପଷ୍ଟ ହେବ ।




admin 