ଉତ୍କଳ ବିଶ୍ୱବିଦ୍ୟାଳୟ ଭିତ୍ତିଭୂମିର ଉନ୍ନତି ପାଇଁ ୬ କୋଟି ୭୦ ଲକ୍ଷ ୩୦ ହଜାର ଶହେ ଟଙ୍କା ପ୍ରଦାନ

ଉତ୍କଳ ବିଶ୍ୱବିଦ୍ୟାଳୟ ଭିତ୍ତିଭୂମିର ଉନ୍ନତି ପାଇଁ ୬ କୋଟି ୭୦ ଲକ୍ଷ ୩୦ ହଜାର ଶହେ ଟଙ୍କା ପ୍ରଦାନ

ଉତ୍କଳ ବିଶ୍ୱବିଦ୍ୟାଳୟ ଭିତ୍ତିଭୂମିର ଉନ୍ନତି ପାଇଁ  ୬ କୋଟି ୭୦ ଲକ୍ଷ ୩୦ ହଜାର ଶହେ ଟଙ୍କା ପ୍ରଦାନ
ଭୁବନେଶ୍ୱର: ଏପ୍ରିଲ ୩ ତାରିଖରେ ଉତ୍କଳ ବିଶ୍ୱବିଦ୍ୟାଳୟ ୫୦ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ଭାବେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଯୋଗଦେଇ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିବେ । ତାଙ୍କ ଗସ୍ତ ପୂର୍ବରୁ ଉତ୍କଳ ବିଶ୍ୱବିଦ୍ୟାଳୟର ହେବ ବିକାଶ । ତେଣୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଉତ୍କଳ ବିଶ୍ୱବିଦ୍ୟାଳୟ ଭିତ୍ତିଭୂମିର ଉନ୍ନତି ପାଇଁ ରାଜ୍ୟ ୬ କୋଟି ୭୦ ଲକ୍ଷ ୩୦ ହଜାର ଶହେ ଟଙ୍କା ପ୍ରଦାନ କରିଛି । ଏନେଇ ବିଭାଗର ନିର୍ଦ୍ଦେଶକ ସ୍ପେଶାଲ୍‌ ଟ୍ରେଜେରୀର ଟ୍ରେଜେରୀ ଅଧିକାରୀଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ବିଶ୍ୱବିଦ୍ୟାଳୟ ବିତ୍ତ ନିୟନ୍ତ୍ରକଙ୍କୁ ଏହି ଅର୍ଥ ପ୍ରଦାନ କରିବାକୁ କହିଛନ୍ତି ।