ଉପରମୁହାଁ କୋରୋନା ସଂକ୍ରମଣ , ୧୬ ହଜାର ୯୩୫ ଜଣ ନୂଆ ସଂକ୍ରମିତ ଚିହ୍ନଟ
ଉପରମୁହାଁ କୋରୋନା ସଂକ୍ରମଣ , ୧୬ ହଜାର ୯୩୫ ଜଣ ନୂଆ ସଂକ୍ରମିତ ଚିହ୍ନଟ
ନୂଆଦିଲ୍ଲୀ: ଦେଶରେ ଉପରମୁହାଁ ରହିଛି କୋରୋନା ସଂକ୍ରମଣ । ଦିନେ କମିଲେ ଦିନେ ବଢୁଛି । ଗତ ଦୁଇ ଦିନ ହେବ ସଂକ୍ରମଣ ମାମଲା ୨୦ ହଜାର ଉପରେ ରହୁଥିବା ବେଳେ ଆଜି ସାମାନ୍ୟ ଆଶ୍ବସ୍ତି ମିଳିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ୍ ୧୬ ହଜାର ୯୩୫ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ବଢିବା ସହ ମୃତ୍ୟୁସଂଖ୍ୟା ମଧ୍ୟ କ୍ରମଶଃ ବୃଦ୍ଧି ପାଉଛି । ଦିନକରେ ୫୧ ଜଣଙ୍କ ଜୀବନ ନେଇଛି ମହାମାରୀ । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ମୃତକଙ୍କୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୫୭ ହଜାର ୬୦କୁ ବୃଦ୍ଧି ହୋଇଛି । ସେହିପରି ଆଜିର ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୪୪ ହଜାର ୨୬୪କୁ ବୃଦ୍ଧି ପାଇଛି । ଆଜି ୧୬ ହଜାର ୦୬୪ ଜଣ ସୁସ୍ଥ ହୋଇଛନ୍ତି । ଏଯାବତ ସୁସ୍ଥ ହେଲେଣି ୪ କୋଟି ୩୦ ଲକ୍ଷ ୯୭ ହଜାର ୫୧୦ ଆକ୍ରାନ୍ତ । ଦେଶର ଦୈନିକ ପଜିଟିଭ ରେଟ୍ ୬.୪୮%ରେ ପହଞ୍ଚିଛି । ଦେଶବ୍ୟାପୀ ସମୁଦାୟ ୨୦୦ କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କେବଳ ୪,୪୬,୬୭୧ ଜଣଙ୍କୁ ଟିକା ଦିଆଯାଇଛି ।




admin 