ଉପହାର ବିଷୟରେ କେତେକ ଜାଣିବା କଥା
ଉପହାର ବିଷୟରେ କେତେକ ଜାଣିବା କଥା
admin
Feb 28, 2019 - 02:28
Updated: Feb 28, 2019 - 02:28
ଆମେ ସମସ୍ତେ ବିଭିନ୍ନ ପୂଜାପର୍ବ, ଜନ୍ମଦିନ ଆଦି ସ୍ୱତନ୍ତ୍ର ଉତ୍ସବରେ ପରସ୍ପରକୁ ଉପହାର ଦେଇଥାଉ । ଉପହାର ଦେବା ସମୟରେ ଆମେ ସର୍ବଦା ଧ୍ୟାନ ଦେଉ ଯେ, ଯାହାକୁ ଆମେ ଉପହାର ଦେଉଛୁ, ତାକୁ ନିଶ୍ଚୟ ପସନ୍ଦ ଆସିବ । ମାତ୍ର ଏହି ଉପହାର ଦେବା ସମୟରେ ଆମକୁ କିଛି କଥା ପ୍ରତି ଧ୍ୟାନ ଦେବାକୁ ପଡ଼ିବ । କେଉଁ ପ୍ରକାରର ଉପହାର ଦେବା ଶୁଭ ହୋଇଥାଏ, ତାହା ହୁଏତ ସଭିଁଙ୍କୁ ଜଣାନଥିବ । ଜାଣନ୍ତୁ କେଉଁ ପ୍ରକାରର ଉପହାର ଦେବା ଶୁଭ ହୋଇଥାଏ ।
୧- କାଚର ଦ୍ରବ୍ୟ ଉପହାର ଦେବା ଉଚିତ ନୁହେଁ । ଏହା ଦ୍ୱାରା ସମ୍ପର୍କରେ କୁପ୍ରଭାବ ପଡ଼ିଥାଏ ।
୨- ବିଭିନ୍ନ ପ୍ରକାରର ପୋଷାକ ଓ କଣ୍ଢେଇ ଉପହାର ଦେଇପାରିବେ ।
୩- ଉପହାରକୁ ଏକ ପ୍ରକାର ଦାନ ବୋଲି କୁହାଯାଇଥାଏ । ଏହା ଦ୍ୱାରା ସମ୍ପର୍କରେ ମଧୁରତା ଆସିଥାଏ ।
୪- କୁହାଯାଇଥାଏ ଯେ, ଜୀବନରେ ଯେଉଁ ପ୍ରକାରର ସମସ୍ୟା ଥାଏ, ସେହି ପ୍ରକାରର ବସ୍ତୁ ଉପହାର ଦେବା ଶୁଭ ହୋଇଥାଏ । ଉପହାର ସାଧାରଣତଃ ଅସହାୟ ଓ ଗରିବ ଲୋକଙ୍କୁ ଦେବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।
୫- ଅନ୍ନ, ବସ୍ତ୍ର ଓ ମିଠା ଦ୍ରବ୍ୟ ଦେବା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ । ଏହି ସମସ୍ତ ଦ୍ରବ୍ୟକୁ ଦାନ ଦେବା ଦ୍ୱାରା ଜୀବନରେ ଖୁସିର ଆଗମନ ହୋଇଥାଏ ବୋଲି କୁହାଯାଏ । ସୌଭାଗ୍ୟ ପ୍ରାପ୍ତି ହୋଇଥାଏ । ଗୃହରେ ସୁଖସମୃଦ୍ଧି ସହ ସଦସ୍ୟଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ ।