ଏଥର ଅସହ୍ୟ ତାତି ଭାଜି ହେବ ଓଡିଶା

ଏଥର ଅସହ୍ୟ ତାତି ଭାଜି ହେବ ଓଡିଶା

ଏଥର ଅସହ୍ୟ ତାତି ଭାଜି ହେବ ଓଡିଶା

ଭୁବନେଶ୍ୱର: ବର୍ଷ ଆରମ୍ଭରୁ ଶୀତର ପ୍ରକୋପ ବଢ଼ିବା ବଦଳରେ ମାଘ ମାସରେ ଗରମ ଅସହ୍ୟ ହେବାରେ ଲାଗିଛି । ଫେବ୍ରୁଆରୀ ଅଧାରୁ ପ୍ରବଳ ତତାଇବ। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ରାଜ୍ୟର ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଆଜିଠୁ ବଢ଼ିବ ଦିନ ତାପମାତ୍ରା। ଫଳରେ ରାଜ୍ୟରେ ଧୀରେ ଧୀରେ ଶୀତ କମିବ। ଗତକାଲି ବୌଦ୍ଧରେ ସର୍ବାଧିକ ତାପମାତ୍ରା ୩୪ଡିଗ୍ରୀ ରେକର୍ଡ କରାଯାଇଥିଲା।

ଭୁବନେଶ୍ୱରରେ ୩୩.୫, ଅନୁଗୁଳରେ ୩୩.୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଝାରସୁଗୁଡ଼ା, ମାଲକାନଗିରି ଓ ନୟାଗଡ଼ରେ ତାପମାତ୍ରା ୩୩ ଡିଗ୍ରୀ ରେକର୍ଡ ହୋଇଛି। ଆଗକୁ ଏସବୁ ସ୍ଥାନରେ ୩୫ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି। ଏବେ ରାତିରେ ପ୍ରବଳ ଶୀତ ଦିନରେ ପ୍ରଚଣ୍ଡ ଖରା।

ଗତକାଲି ରାତିରେ ଝାରସୁଗୁଡ଼ା, କନ୍ଧମାଳ ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ଶୀତ ଲହରୀ ପ୍ରବାହିତ ହୋଇଥିଲା। ସେଠାରେ ଦିନ ତାପମାତ୍ରା ଅଧିକ ରହିବା ସହ ଟାଣ ଖରା ହେଉଛି। ରାଜ୍ୟର ସର୍ବନିମ୍ନ ତାପମାତ୍ରା ଘୁ. ଉଦୟଗିରିରେ ୩.୫ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଫୁଲବାଣୀରେ ୬ ଡିଗ୍ରୀ ରହିଥିଲା।

ସେହିଭଳି ଭୁବନେଶ୍ୱରରେ ରାତି ତାପମାତ୍ରା ୧୪ ଡିଗ୍ରୀ ଓ କଟକରେ ୧୪.୮ ଡିଗ୍ରୀ ରହିଥିଲା। ଏଥିସହ ସମଗ୍ର ଉପକୂଳ ସମେତ ସଲଗ୍ନ ଅଞ୍ଚଳ ଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ ପଡ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।