ଏପ୍ରିଲ ମାସରେ ସବୁଦିନ ଦିଆଯିବ ଟିକା

ଏପ୍ରିଲ ମାସରେ ସବୁଦିନ ଦିଆଯିବ ଟିକା

ଏପ୍ରିଲ ମାସରେ ସବୁଦିନ ଦିଆଯିବ ଟିକା
ନୂଆଦିଲ୍ଲୀ : ଏପ୍ରିଲ ମାସରେ ସବୁଦିନ ଦିଆଯିବ ଟିକା । ଗୁରୁବାର ଠାରୁ ୪୫ବର୍ଷରୁ ଊର୍ଦ୍ଧ୍ବ ବୟସର ବ୍ୟକ୍ତିଙ୍କୁ କରୋନା ଟିକା ଦିଆଯିବ। । ତେବେ ଟିକା ନଷ୍ଟ ନ ହେବା ଉପରେ ଗୁରୁତ୍ବ ଦେବାକୁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଟିକା ନଷ୍ଟର ହାର ୧% ରଖିବାକୁ କୁହାଯାଇଛି। ଏଥିପାଇଁ ପ୍ରତିଦିନ ଟିକା ନଷ୍ଟର ସମୀକ୍ଷା କରିବାକୁ କୁହାଯାଇଛି। ଯେଉଁ ପରିମାଣର ଟିକା ମହଜୁଦ ରହିଛି ତାକୁ ଠିକ୍ ସମୟରେ ଉପଯୋଗ କରିବାକୁ କୁହାଯାଇଛି। ଏହା ଦ୍ବାରା ଟିକାର ତମାଦି ଅବଧିକୁ ଏଡାଯାଇପାରିବ। ବୁଧବାର ସମସ୍ତ ରାଜ୍ୟ ସ୍ବାସ୍ଥ୍ୟ ସଚିବ ଓ ଅନ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହିତ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଓ କରୋନା ଟିକାକରଣ ସମ୍ପର୍କିତ କ୍ଷମତାପ୍ରାପ୍ତ କମିଟିର ଅଧ୍ୟକ୍ଷ ଡାକ୍ତର ଆରଏସ୍ ଶର୍ମା ଭିଡିଓ କନଫରେନ୍ସିଂରେ ବୈଠକ କରିଥିଲେ। ବୈଠକରେ ସ୍ବାସ୍ଥ୍ୟ ସଚିବ ପ୍ରତିଶ୍ରୁତି ଦେଇଥିଲେ ଟିକାର କୌଣସି ଅଭାବ ନାହିଁ। ଛୁଞ୍ଚି ଓ ସିରିଞ୍ଜ ମାଧ୍ୟମରେ ଦିଆଯାଉଥିବା କରୋନା ଭୂତାଣୁ ପ୍ରତିରୋଧକ ଟିକା ଏଣିକି ଖାଇବା ଲାଗି କ୍ୟାପସୁଲ୍‌ ମାଧ୍ୟମରେ ଉପଲବ୍ଧ ହେବ।