ଏମିତି ଥିଲା ସିଡିଏସ୍‌ଙ୍କ ହେଲିକପ୍ଟର ଦୁର୍ଘଟଣା ସମୟର ଦୃଶ୍ୟ

ଏମିତି ଥିଲା ସିଡିଏସ୍‌ଙ୍କ ହେଲିକପ୍ଟର ଦୁର୍ଘଟଣା ସମୟର ଦୃଶ୍ୟ

ଏମିତି ଥିଲା ସିଡିଏସ୍‌ଙ୍କ ହେଲିକପ୍ଟର ଦୁର୍ଘଟଣା ସମୟର ଦୃଶ୍ୟ

ନୂଆଦିଲ୍ଲୀ: ତାମିଲନାଡୁର ନୀଳଗିରି ନିକଟରେ ବୁଧବାର ସେନାର ଏକ ଏମ୍‌ଆଇ ୧୭ ଭିଏସ୍  ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ସଡିଏସ୍‌ ବିପିନ ରାୱତଙ୍କ ସମେତ ତାଙ୍କ ପତ୍ନୀ ଓ ଅନ୍ୟ ସେନା ଅଧିକାରୀଙ୍କ ମୃତ୍ୟୁ ହୋଇଯାଇଥିଲା।  ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବର ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ଆକାଶରେ ହେଲିକପ୍ଟର ଉଡୁଥିବା ଏବଂ କୁହୁଡ଼ିରେ ଗାଏବ ହୋଇଯାଉଥିବାର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ମିଳିଥିବା ଉକ୍ତ ଭିଡିଓକୁ ସମ୍ବାଦ ସରବରାହ ସଂସ୍ଥା ‘ଏଏନ୍ଆଇ’ ଟୁଇଟ୍ କରିଛି। ଭାରତୀୟ ବାୟୁସେନାର ଏହି ‘ଗସ ୧୭ ଠ୫’ ହେଲିକପ୍ଟର୍ଟି ଗତକାଲି ମଧ୍ୟାହ୍ଣରେ ଦୁର୍ଘଟଣାଗ୍ରସ୍ତ ହୋଇ ପାହାଡ଼ ଉପରେ ଖସିପଡ଼ିବାର ଠିକ୍ ପୂର୍ବରୁ ଉକ୍ତ ଭିଡିଓଟିକୁ ସୁଟ୍ କରାଯାଇଥିବା ଭଳି ମନେ ହେଉଛି। ତେବେ ବାୟୁସେନା ତରଫରୁ କିଛି ଏହି ଭିଡିଓକୁ ନେଇ କୌଣସି ପ୍ରତିକ୍ରିୟା ମିଳିନାହିଁ।

ଭିଡିଓରେ ହେଲିକପ୍ଟରଟି ପାହାଡ଼ ଉପରେ ଉଡୁଥିବା ଦେଖିବାକୁ ମିଳିଛି। ତା’ପରେ ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଦୌଡୁଥିବା ମଧ୍ୟ ନଜର ଆସିଛି। ଏହାପରେ ଜଣେ ପ୍ରତ୍ୟକ୍ଷଦର୍ଶୀ କହୁଛନ୍ତି- କ’ଣ ହେଲା? ହେଲିକପ୍ଟରଟି କ୍ରାଶ ହୋଇଗଲା କି? ଅନ୍ୟ ଜଣେ କହୁଛନ୍ତି ହଁ।।

ସେପଟେ ସେନା ହେଲିକପ୍ଟରଟି କେଉଁ କାରଣରୁ ଦୁର୍ଘଟଣା ଘଟିଲା, ତାହାର ତଦନ୍ତ ଚାଲିଥିବା ବେଳେ ଆଜି ଏୟାର୍ ଚିଫ୍ ମାର୍ସାଲ୍ ଭି.ଆର୍. ଚୌଧୁରୀ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ସୁଲୁରରୁ ୱେଲିଙ୍ଗଟନକୁ ବିମାନଯାତ୍ରା ସମୟ ଅବଧି ମାତ୍ର ୨୦ ରୁ ୨୫ ମିନିଟ୍। ଏତେ ସ୍ୱଳ୍ପ ସମୟ ମଧ୍ୟରେ କି ତ୍ରୁଟି ହେଲା, ତାହା ନିର୍ଦ୍ଧାରଣ କରିବା କଷ୍ଟକର ବ୍ୟାପାର ବୋଲି ଭାରତୀୟ ବାୟୁସେନାର ପୂର୍ବତନ ମୁଖ୍ୟ ଏୟାର୍ ଚିଫ୍ ମାର୍ସାଲ୍ ଫଲି ଏଚ୍. ମେଜର୍ କହିଛନ୍ତି।

ଗତକାଲି ଜେନେରାଲ ରାୱତ ହେଲିକପ୍ଟର ଯୋଗେ କୋଏମ୍ବାଟୁରର ସୁଲୁର ଏୟାରବେସରୁ ୱେଲିଂଟନରେ ଥିବା ଡିଫେନ୍ସ ଷ୍ଟାଫ କଲେଜରେ ଆୟୋଜିତ କାର୍ୟ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ। ତେବେ ସେମାନେ ଯାଉଥିବା ହେଲିକପ୍ଟର ଓଟ୍ଟୀ ନିକଟରେ କ୍ରାଶ କରିଯାଇଥିଲା। ହେଲିକପ୍ଟର୍ରେ ଥିବା ୧୪ ଜଣଙ୍କ ମଧ୍ୟରୁ ୧୩ ଜଣ ପ୍ରାଣ ହରାଇଥିବା ବେଳେ ଗ୍ରୁପ୍ କ୍ୟାପ୍ଟେନ ବରୁଣ ସିଂହ ଏବେ ୱେଲିଂଟନର ମିଲିଟାରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏ ସମ୍ପର୍କରେ ଭାରତୀୟ ବାୟୁସେନା ଟ୍ୱିଟ ଯୋଗେ ସୂଚନା ଦେଇଛି।