ଏସସିପିସିଆର ଆଗରେ ବିଜେପି ଓ କଂଗ୍ରେସର ବିକ୍ଷୋଭ

ଏସସିପିସିଆର ଆଗରେ ବିଜେପି ଓ କଂଗ୍ରେସର ବିକ୍ଷୋଭ

ଏସସିପିସିଆର ଆଗରେ ବିଜେପି ଓ କଂଗ୍ରେସର ବିକ୍ଷୋଭ
ଭୁବନେଶ୍ୱର: ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଏସସିପିସିଆର) କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ବିକ୍ଷୋଭ କରାଯାଇଛି । ‘ପରୀ’ ଓ ଶିଶୁ ନିଖୋଜ ପ୍ରସଙ୍ଗରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏହି ବିକ୍ଷୋଭ କରାଯାଇଛି । ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଅବସରରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଏସସିପିସିଆର) କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବାକୁ ବିଜେପି କର୍ମୀ ଉଦ୍ୟମ କରିଥିବା ଜଣାଯାଇଛି । କଂଗ୍ରେସ ପକ୍ଷରୁ ମଧ୍ୟ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଏସସିପିସିଆର) କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଛି । ବିଜେପି ଭଳି ପରୀ ଓ ଶିଶୁ ନିଖୋଜ ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ ଏହି ବିକ୍ଷୋଭ କରାଯାଇଛି । ଏଥିରେ ପ୍ରଦୀପ ମାଝୀ ଓ ବିଜୟଲକ୍ଷ୍ମୀ ସାହୁଙ୍କ ସହ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିବା ଜଣାଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ମୁତୟନ କରାଯାଇଛି ।