ଐତିହ୍ୟ କ୍ୟାବିନେଟରେ ନିଆଗଲା ଏହି ୭ ନିଷ୍ପତି
ଐତିହ୍ୟ କ୍ୟାବିନେଟରେ ନିଆଗଲା ଏହି ୭ ନିଷ୍ପତି
admin
Sep 2, 2020 - 13:11
Updated: Sep 2, 2020 - 13:11
ଭୁବନେଶ୍ୱର : ଅପରାହ୍ନରେ ଅନୁଷ୍ଠିତ ଐତିହ୍ୟ କ୍ୟାବିନେଟ ବୈଠକ ଶେଷ ହୋଇଛି । ଏହି କ୍ୟାବିନେଟ ବୈଠକରେ ୭ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ଏନେଇ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସୂଚନା ପ୍ରଦାନ କରିଛନ୍ତି । ଆଜି ଦ୍ୱିତୀୟ ଐତିହ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା ।
୧. ୧୯୬୪ ମସିହାରେ କେନ୍ଦ୍ର ସରକାର ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ନୃତ୍ୟର ମାନ୍ୟତା ଦେଇଥିଲେ । ୨୦୧୪ରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନ କରିଛନ୍ତି । ଓଡ଼ିଶା ସରକାର ୨୦୦୮ରେ ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ସଂଗୀତର ମାନ୍ୟତା ପ୍ରଦାନ କରିଛନ୍ତି । ଓଡ଼ିଶୀ ସଂଗୀତ ଏକ ସ୍ୱତନ୍ତ୍ର ସଂଗୀତ । ତେଣୁ ଓଡ଼ିଶୀ ନୃତ୍ୟ ଭଳି ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି ।
୨. ଓଡ଼ିଶାର ଐତିହ୍ୟ, କୀର୍ତିରାଜ, ପ୍ରାଚୀନ ଭାସ୍କର୍ଯ୍ୟର ରକ୍ଷଣାବେକ୍ଷଣ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ସମ୍ପାଦିତ ହେଉଛି । ପ୍ରତ୍ୟେକ କାର୍ଯ୍ୟର ଗୁଣବତା ଅନୁଶୀଳନ ଓ ତଦାରଖ କାର୍ଯ୍ୟ ସଂସ୍କୃତି ନିଦେ୍ର୍ଧଶାଳୟର ଜଣେ ମାତ୍ର ନିଦେ୍ର୍ଧଶକଙ୍କ ଦ୍ୱାରା ହେଉଛି । ଏହା କଷ୍ଟସାଧ୍ୟ ହେଉଥିବାରୁ ପ୍ରନôତତ୍ୱ ବିଭାଗର ସୁପରିଚାଳନା ପାଇଁ ଏକ ସ୍ୱତନ୍ତ୍ର ନିଦେ୍ର୍ଧଶାଳୟ ଗଠନ ଓ ସ୍ୱତନ୍ତ୍ର ନିଦେ୍ର୍ଧଶକ ପଦବୀ ସୃଷ୍ଟି ପାଇଁ ଥିବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଛନ୍ତି ।
୩. ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଅଧିନରେ ୧୫ଟି ଉପବିଭାଗ ଓ ପ୍ରତ୍ୟେକ ଜିଲ୍ଲାର ସଂଗ୍ରହାଳୟ ପରିଚାଳିତ ହେଉଛି । ପ୍ରାଚୀନ ପୋଥିର ଡିଜିଟାଇଜେସନ ସହ ପୁରାତନ ସାମଗ୍ରୀର ରକ୍ଷଣାବେକ୍ଷଣ କରାଯାଉଛି । ଏହିସବୁ କାର୍ଯ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ପରିଚାଳିତ ହେଉଥିବାରୁ ଗୋଟିଏ ନିଦେ୍ର୍ଧଶାଳୟ ଦ୍ୱାରା ଠିକ ଭାବେ କାର୍ଯ୍ୟ କରାଯାଇପାରୁନାହିଁ । ତେଣୁ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ସୁପରିଚାଳନା ନିମନ୍ତେ ଏକ ସ୍ୱତନ୍ତ୍ର ନିଦେ୍ର୍ଧଶାଳୟ ଓ ସ୍ୱତନ୍ତ୍ର ନିଦେ୍ର୍ଧଶକ ପଦବୀ ସୃଷ୍ଟି ପାଇଁ ପ୍ରସ୍ତାବ ଅନୁମୋଦନ କରାଯାଇଛି ।
୪. ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଥିବା ଅମୂଲ୍ୟ ସମ୍ପଦକୁ ବିଶ୍ୱର କୋଣ ଅନୁକୋଣରେ ପହଁଚାଇବା ପାଇଁ ଓଡ଼ିଶା ରାଜ୍ୟ ସଂଗ୍ରହାଳୟକୁ ଭର୍ଚୁଆଲ କରାଯିବା ସହ ଅନରୂପ ଢାଂଚାରେ ବିଜୁବାବୁଙ୍କ ଆନନ୍ଦ ଭବନ ସଂଗ୍ରହାଳୟକୁ ଭର୍ଚୁଆଲ କରିବା ପାଇଁ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ।
୫. ବିଭିନ୍ନ ସାଂସ୍କୃତିକ କ୍ଷେତ୍ରରେ ଯୋଗ୍ୟ ବିବେଚିତ କଳାକାରଙ୍କୁ ରାଜ୍ୟ ସରକାରଙ୍କୁ ବିଭାଗ ପକ୍ଷରୁ ପ୍ରଦତ ଏକାଡେ଼ମୀ ପୁରସ୍କାରର ଅର୍ଥରାଶି ବୃଦ୍ଧି ନିମନ୍ତେ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ଧର୍ମପଦ ସମ୍ମାନ ଓ ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନର ଅର୍ଥରାଶି ୧ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।
ଏକାଡେ଼ମୀଗୁଡ଼ିକର ପୁରସ୍କାର ୫୦ ହଜାରରୁ ୨ ଲକ୍ଷ ଟଙ୍କା ଓ ଏକାଡେ଼ମୀ ସମ୍ବଦ୍ଧ୍ୱର୍ନା ରାଶି ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ।
୬. ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନସ୍ଥ ବିଭିନ୍ନ ଏକାଡେ଼ମୀ, ଅନ୍ୟାନ୍ୟ ପ୍ରତିଷ୍ଠାନ ଓ କେନ୍ଦ୍ରଗୁଡ଼ିକରେ ଖାଲି ପଡ଼ିଥିବା କର୍ମକର୍ତା ନିଯୁକ୍ତି ପ୍ରକ୍ରିୟା ଏକ ମୁକ୍ତ ବିଜ୍ଞାପନ ମାଧ୍ୟମରେ ଓ ଆବଶ୍ୟକସ୍ଥଳେ ମନୋନୟନ ମାଧ୍ୟମରେ ଚୟନ କରିବାକୁ ପ୍ରସ୍ତାବ ଅନୁମୋଦନ କରାଗଲା ।
୭. ପଣ୍ଡିତ ଉକôଳମଣି ଗୋପବନ୍ଧୁଙ୍କ ଜନ୍ମପୀଠ ହେଉଛି । ଏହାର ସାମଗ୍ରୀକ ବିକାଶ ଓ ଉନ୍ନତିକରଣ ପାଇଁ ସରକାର ସାଢେ଼ ୧୧ କୋଟି ଟଙ୍କା ବ୍ୟୟରେ ଏକ ପ୍ରକଳ୍ପ ପ୍ରସ୍ତୁତ କରୁଛନ୍ତି । ଏହି ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଂଜୁରୀ ପ୍ରଦାନ କରିଛନ୍ତି ।