ଓଏମସି ପକ୍ଷରୁ ୫୦୦ କୋଟି ପ୍ରଦାନ

ଓଏମସି ପକ୍ଷରୁ ୫୦୦ କୋଟି ପ୍ରଦାନ

ଓଏମସି ପକ୍ଷରୁ ୫୦୦ କୋଟି ପ୍ରଦାନ
ଭୁବନେଶ୍ୱର: ଓଡ଼ିଶା ଖଣି ନିଗମ (ଓଏମସି) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି । କରୋନା ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ବର୍ଗଙ୍କୁ ସହାୟତାର ହାତ ବଢ଼ାଇବାକୁ ଅନୁରୋଧ କରିଥିଲେ ତାହାକୁ ଦୃଷ୍ଟିରେ ରଖି ଓଏମସି ତରଫରୁ ଏହି ଆର୍ଥିକ ସହାୟତା ଦିଆଯାଇଛି । ଗତ ଫେବୃୟାରୀ ମାସରେ କମ୍ପାନୀ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦୦ କୋଟି ଟଙ୍କାର ସହାୟତା ଦିଆଯାଇଥିଲା । ଏହା ବ୍ୟତୀତ ଓଏମସି ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୨୫୦ କୋଟି ଟଙ୍କାର ଅନ୍ତରୀଣ ଲାଭାଂଶ ପ୍ରଦାନ କରିବାକୁ ମଧ୍ୟ ଘୋଷଣା କରିଛି । ସେହିପରି ଏମଜିଏମ ମିନେରାଲ୍ସ ଲିମିଟେଡ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ କୋଟି ଟଙ୍କାପ୍ରଦାନ କରାଯାଇଛି । କୋଭିଡ-୧୯ର ମୁକାବିଲା କରିବାରେ ଏହି ଅର୍ଥ ବ୍ୟବହାର କରାଯିବ । ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ ପକ୍ଷରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଏହି ଅବସରରେ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଲୋକମାନଙ୍କୁ ଘରେ ରହିବା ଏବଂ ସୁରକ୍ଷିତ ରହିବା ଲାଗି ଆହ୍ୱାନ ଦେଇଛନ୍ତି ।