ଓଡିଆ ପୁଅ ଆଇଇଏସ ଟପ୍ପର ...

ଓଡିଆ ପୁଅ ଆଇଇଏସ ଟପ୍ପର ...

ଓଡିଆ ପୁଅ ଆଇଇଏସ ଟପ୍ପର ...
ନୂଆଦିଲ୍ଲୀ - ଓଡ଼ିଆ ପୁଅ ଅଂଶୁମାନ କାମିଲା ଇଣ୍ଡିଆନ ଇକୋନୋମିକ ସର୍ଭିସ ଟପ୍ପର ହୋଇଛନ୍ତି । ଏଥିପାଇଁ ଯୋଗ୍ୟ ବିବେଚିତ ୩୨ ଜଣଙ୍କ ମଧ୍ୟରୁ ସେ ସର୍ବାଧିକ ନମ୍ବର ରଖିଛନ୍ତି । ଅଂଶୁମାନ ହେଉଛନ୍ତି ପୂର୍ବତନ ପୋଷ୍ଟମାଷ୍ଟର ଜେନେରାଲ ସନ୍ତୋଷ କାମିଲା ଓ ଲବ୍ଧô ପ୍ରତିଷ୍ଠିତ ଗାୟିକା ମିତାଲି ଚିନାରାଙ୍କ ପୁଅ । ଚନ୍ଦ୍ରଶେଖରପୁର ଡିଏଭିରେ ପାଠ ପଢ଼ିବା ପରେ ଅଂଶୁମାନ ଦିଲ୍ଲୀର ସେଂଟ ଷ୍ଟିଫେନ୍ସ କଲେଜରେ ଅଧ୍ୟୟନ କରିଥିଲେ । ପରେ ଦିଲ୍ଲୀ ସ୍କୁଲ ଅଫ ଇକୋନୋମିକ୍ସରେ ଏମଏ କରିବା ପରେ ଜେଏନୟୂରେ ଏମଫିଲ ମଧ୍ୟ କରିଥିଲେ । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆରେ ମ୍ୟାନେଜର ଥିବା ଅଂଶୁମାନ ଓଡ଼ିଶା ପାଇଁ ଏହି ଗୌରବ ହାସଲ କରିଛନ୍ତି ।