ଓଭର ବ୍ରିଜ ଭୁଶୁଡି ୬ ମୃତ୍ୟୁ ,୩୫ରୁ ଅଧିକ ଗୁରୁତର
ଓଭର ବ୍ରିଜ ଭୁଶୁଡି ୬ ମୃତ୍ୟୁ ,୩୫ରୁ ଅଧିକ ଗୁରୁତର
admin
Mar 15, 2019 - 05:52
Updated: Mar 15, 2019 - 05:52
ମୁମ୍ବାଇ: ଛତ୍ରପତି ଶିବାଜୀ ମହାରାଜ୍ ଟର୍ମିନସ୍ ରେଲୱେ ଷ୍ଟେସନ୍ ଫୁଟ୍ ଓଭର ବ୍ରିଜ୍ ଭୁଶୁଡିବା ଘଟଣାରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ହୋଇଛି । ଏଥିରେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ସେଂଟ ଜର୍ଜ ଓ ଜିଟି ହସ୍ପିଟାଲରେ ଭର୍ତି କରାଯାଇଛି । ଛତ୍ରପତି ଶିବାଜୀ ରେଲୱେ ଷ୍ଟେସନ୍ରୁ ଟାଇମ୍ସ ଅଫ୍ ଇଣ୍ଡିଆ ବିଲ୍ଡିଂ ନିକଟରେ ଥିବା ବିଟି ଲେନ୍କୁ ଏହି ଫୁଟ୍ ଓଭରବ୍ରିଜ୍ ସଂଯୋଗ କରୁଥିଲା। ବ୍ରିଜ୍ଟି ୧୯୮୪ ମସିହାରେ ନିର୍ମାଣ କରାଯାଇଥିଲା। ଦୈନିକ ଏହା ଉପରେ ହଜାର ହଜାର ଲୋକ ଯିବା ଆସିବା କରୁଥିଲେ।
ଗତକାଲି କ୍ଷମତା ଠାରୁ ଅଧିକ ଲୋକ ଚଢ଼ଯିବାରୁ ଏହା ଭୁଶୁଡ଼ି ଯାଇଥିବା କୁହାଯାଉଛି। ଫୁଟ୍ ଓଭରବ୍ରିଜ୍ ଭୁଶୁଡ଼ିବା ପରେ ରେଳୱେ ଓ ବିଏମ୍ସି ଅଧିକାରୀଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି। ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ ନେଇ ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର । ତେବେ ମୁମ୍ବାଇରେ ବାରମ୍ବାର ଫୁଟଓଭର ବ୍ରିଜ୍ ଦୁର୍ଘଟଣା ଘଟିବା ରେଳ ବିଭାଗର ପଦକ୍ଷେପକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।