ଓ୍ବାର୍ଲ୍ଡ ଫୁଡ୍ ପ୍ରୋଗ୍ରାମ୍କୁ ନୋବେଲ୍ ଶାନ୍ତି ପୁରସ୍କାର
ଓ୍ବାର୍ଲ୍ଡ ଫୁଡ୍ ପ୍ରୋଗ୍ରାମ୍କୁ ନୋବେଲ୍ ଶାନ୍ତି ପୁରସ୍କାର
admin
Oct 9, 2020 - 10:28
Updated: Oct 9, 2020 - 10:28
୨୦୨୦ ପାଇଁ ନୋବେଲ୍ ଶାନ୍ତି ପୁରସ୍କାର ଘୋଷଣା ହୋଇଛି । ୨୦୨୦ ମସିହା ପାଇଁ ଓ୍ବାର୍ଲ୍ଡ ଫୁଡ୍ ପ୍ରୋଗ୍ରାମକୁ ନୋବେଲ୍ ଶାନ୍ତି ପୁରସ୍କାର ମିଳିବ । କ୍ଷୁଧା ବିରୋଧରେ ଲଢେଇ ଓ କ୍ଷୁଧାମୁକ୍ତି ପାଇଁ ଓ୍ବାର୍ଲ୍ଡ ଫୁଡ୍ ପ୍ରୋଗ୍ରାମକୁ ଶାନ୍ତିପୁରସ୍କାର ଦିଆଯିବା ନେଇ ଘୋଷଣା କରାଯାଇଛି । ସଂଯୁକ୍ତ ରାଷ୍ଟ୍ର ସଙ୍ଗଠନର ଓ୍ବାର୍ଲ୍ଡ ଫୁଡ୍ ପ୍ରୋଗ୍ରାମ୍ ଦୁନିଆର ଭିନ୍ନ ଭିନ୍ନ ସ୍ଥାନରେ କ୍ଷୁଧାର୍ତ୍ତକୁ ଖାଦ୍ୟ ଯୋଗାଇଥାଏ ।
ସୂଚନାଯୋଗ୍ୟ, ନୋବେଲ୍ ଫାଉଣ୍ଡେସନ୍ ଦ୍ବାରା ଏହି ଆଓ୍ବାର୍ଡ ପ୍ରଦାନ କରାଯାଇଥାଏ। ସ୍ବିଡେନ୍ର ବୈଜ୍ଞାନିକ ଆଲଫ୍ରଡ୍ ବର୍ଣ୍ଣାଡ୍ ନୋବେଲ୍ଙ୍କ ସ୍ମୃତିରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ଆଲଫ୍ରଡ୍ ନୋବେଲ୍ଙ୍କ ମୃତ୍ୟୁ ପୂର୍ବରୁ ନିଜ ସମ୍ପତ୍ତିର ଏକ ବଡ ଅଂଶ ଏହି ଟ୍ରଷ୍ଟ ପାଇଁ ସୁରକ୍ଷିତ ରଖାଯାଇଛି । ୧୯୦୧ ମସିହାରେ ପ୍ରଥମେ ନୋବେଲ୍ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା । ପଦାର୍ଥ ବିଜ୍ଞାନ ଛଡା ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଯଥା ଶାନ୍ତି, ଚିକିତ୍ସା ବିଜ୍ଞାନ, ସାହିତ୍ୟ, ରସାୟନ ବିଜ୍ଞାନ ଏବଂ ଅର୍ଥନୀତି କ୍ଷେତ୍ରରେ ମଧ୍ୟ ଯେ କୌଣସି ଦେଶ ଓ ଜାତିର ଯୋଗ୍ୟବିବେଚିତ ବ୍ୟକ୍ତିଙ୍କୁ ଏହି ବାର୍ଷିକ ପୁରସ୍କାର ଦିଆଯାଏ ।