କଂଗ୍ରେସ କମ୍ପାଇଲା, ଗୃହ ଅଚଳ
କଂଗ୍ରେସ କମ୍ପାଇଲା, ଗୃହ ଅଚଳ
ଭୁବନେଶ୍ୱର: ଆଜି ବି ସ୍ଥିତି ସୁଧୁରିଲାନି । ହଟ୍ଟଗୋଳ ଭିତରେ ପୁଣି ଅଚଳାବସ୍ଥା ସୃଷ୍ଟି ହେଲା ଏଇ ସ୍ୱଳ୍ପକାଳିନ ବିଧାନସଭା ଅଧିବେଶନରେ । କଂଗ୍ରେସ ଉଠାଇଲା ଷ୍ଟାଫ ସିଲେକ୍ସନ ଦୁର୍ନିୀତି ପ୍ରସଙ୍ଗ । ସକାଳୁ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଗୃହ ମଝିକୁ ଚାଲି ଆସିଲେ କଂଗ୍ରେସ ବିଧାୟକମାନେ । ଆରମ୍ଭ କଲେ ନାରାବାଜି, ହୋହଲ୍ଲା । ଫଳରେ ଗୃହ କାର୍ଯ୍ୟ ଚଳାଇବା ବାଚସ୍ପତିଙ୍କ ପକ୍ଷେ ସମ୍ଭବପର ହୋଇନଥିଲା । ଏହାକୁ ଦୃଷ୍ଟିରେ ରଖି ବାାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗଡକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।
ପ୍ରଥମ ୨ ଦିନ ମରୁଡ଼ି ପ୍ରସଙ୍ଗକୁ ନେଇ ବିରୋଧୀ ହୋ ହଲ୍ଲା କରିଥିଲେ । ସର୍ବଦଳୀୟ ବୈଠକ ପରେ ମନ୍ତ୍ରୀ ଗୃହରେ ତଥ୍ୟ ରଖିଥିଲେ ମଧ୍ୟ ହଟ୍ଟଗୋଳ କରିଥିଲେ ବିରୋଧୀ । ଆଜି ଅଧିବେଶନର ତୃତୀୟ ଦିନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହେବାର ଥିଲା । ବିଜେପି ପକ୍ଷରୁ ଆଇନ୍ ଶୃଙ୍ଖଳା ପରିସ୍ଥିତି ନେଇ ମୁଲତବି ପ୍ରସ୍ତାବ ଅଣାଯାଇଥିଲା । ସେପଟେ ଆଜି ରାଜସ୍ୱ ବିପର୍ୟ୍ୟୟ ପରିଚାଳନା, ଅନୁସୂଚିତ ଜାତି ଜନଜାତି, ଶକ୍ତି, କ୍ରୀଡ଼ା, ଶିଳ୍ପ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗର କଲ୍ୟାଣ, କ୍ଷୁଦ୍ର ମଧ୍ୟମ ଉଦ୍ୟୋଗର ପ୍ରଶ୍ନକାଳ ଉପରେ ଆଲୋଚନା ଥିଲା ।




admin 