କଂଗ୍ରେସ ଭବନରେ ଗଣ୍ଡଗୋଳ
କଂଗ୍ରେସ ଭବନରେ ଗଣ୍ଡଗୋଳ
admin
Feb 25, 2021 - 05:56
Updated: Feb 25, 2021 - 05:56
ଭୁବନେଶ୍ୱର: ଗୋଷ୍ଠୀ କନ୍ଦଳ କଂଗ୍ରେସର ପିଛା ଛାଡ଼ୁନି । ବାରମ୍ବାର ନିଜ ଭିତରେ ମାରପିଟ ଲାଗିବା ଯେମିତି କଂଗ୍ରେସ ପାଇଁ ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି । ଗୁରୁବାର କଂଗ୍ରେସ ଭବନରେ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ମାରପିଟ ହୋଇଛି । ସାଧାରଣ ପରିଷଦ ବୈଠକ ପୂର୍ବରୁ ୨ ଗୋଷ୍ଠୀ ମଧ୍ୟରେ ଠେଲାପେଲା ହୋଇଛି । ଗୋଟିଏ ଗୋଷ୍ଠୀ ବିଜେଡି ସହ ହାତ ମିଳାଇଥିବା ଅଭିଯୋଗରେ ଏଭଳି ଗଣ୍ଡଗୋଳ ଘଟିଛି । କଥା ହାତାହାତି ଓ ମୁଥ ମରାମରି ପର୍ଯ୍ୟନ୍ତ ଯାଇଛି । ଯାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।
ସୂଚନାନୁଯାୟୀ, ତିର୍ତ୍ତୋଲ ଉପନିର୍ବାଚନ ସମୟରେ କଂଗ୍ରେସ ନେତା ବିଷ୍ଣୁ ବାରିକ ବିଜେଡି ସହ ହାତ ମିଶେଇ କଂଗ୍ରେସକୁ ହରଇଥିବା ଅଭିଯୋଗ ହୋଇଥିଲା। ଏହାକୁ ତିର୍ତ୍ତୋଲର ପୂର୍ବତନ ବିଧାୟକ ଚିରଞ୍ଜିବ ବିଶ୍ଵଳଙ୍କ ସମର୍ଥକ ସିଧାସଳଖ ଭାବେ ବିରୋଧ କରିଥିଲେ। ଏପରିକି ଏହି ସାଧାରଣ ପରିଷଦ ବୈଠକରେ ବସାଇ ଦିଆଯିବ ନାହିଁ ଦାବି କରିଥିଲେ ଓ ବିଷ୍ଣୁ ବାରିକଙ୍କ ସହ ଧସ୍ତାଧସ୍ତି କରିଥିଲେ।
ତେବେ ବିଶୃଙ୍ଖଳାକୁ ଆଦୌ ବରଦାସ୍ତ କରାଯିବ ନାହିଁ । ଏହାର ତଦନ୍ତ କରାଯିବ । ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।