କଙ୍ଗୋରେ ସୁନା ପାହାଡ଼ ଠାବ

କଙ୍ଗୋରେ ସୁନା ପାହାଡ଼ ଠାବ

କଙ୍ଗୋରେ ସୁନା ପାହାଡ଼ ଠାବ
କଙ୍ଗୋ: କଙ୍ଗୋରେ ସୁନା ପାହାଡ଼ ଠାବ ହୋଇଛି । କଙ୍ଗୋ ଦକ୍ଷିଣ କିଭୁ ପ୍ରଦେଶର ଲୁହିହି ରେ ଅବସ୍ଥିତ ଏକ ପାହାଡ଼ରେ ପର୍ଯ୍ୟାପ୍ତ ପରିମାଣରେ ସୁନା ଗଚ୍ଛିତ ରହିଛି । ପାହାଡ଼ ନିକଟସ୍ଥ ଗାଁର ଲୋକମାନେ ଏ ସଂକ୍ରାନ୍ତ ଖବର ପାଇବା ପରେ ସୁନା ପାଇଁ ପାହାଡରେ ଭିଡ ଲଗାଇଛନ୍ତି । ସେମାନେ ପାହାଡ଼ ଖୋଳି ସୁନା ସଂଗ୍ରହ କରୁଥିବାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ମିଳିଥିବା ସୂଚନା ଅନୁସାରେ ଏହି ପାହାଡ଼ରେ ଥିବା ପଥରରେ ୬୦-୯୦ ପ୍ରତିଶତ ସୁନା ଅଛି । ଲୋକେ ପାହାଡ଼ ଖୋଳିବାରୁ ସୁନା ମିଶା ପଥର ବା ମୃତ୍ତିକା ବାହାରୁଛି । ଅନେକ ସଂଖ୍ୟାରେ ଲୋକ ପାହାଡ଼ରେ ରୁଣ୍ଡ ହୋଇ ସୁନା ସଂଗ୍ରହ କରିବାରୁ ଶେଷରେ ପ୍ରଶାସନ ପକ୍ଷରୁ ଖନନ କାର୍ଯ୍ୟ ନିଷିଦ୍ଧ କରାଯାଇଛି । ଲୋକେ ପାହାଡ଼କୁ ଯାଇ ଖୋଳିବା ସହ ସୁନା ମିଶା ମାଟି ନିଜ ଘରକୁ ନେଉଛନ୍ତି ଏବଂ ଏହାକୁ ଭଲ ଭାବେ ଧୋଇ ସେଥିରୁ ସୁନା ଅଲଗା କରୁଛନ୍ତି ।