କଟକରେ ଖୋଲିବ ବାଣ ଦୋକାନ

କଟକରେ ଖୋଲିବ ବାଣ ଦୋକାନ

କଟକରେ ଖୋଲିବ ବାଣ ଦୋକାନ
କଟକ : ଆଗକୁ କାଳୀ ପୂଜା ଓ ଦୀପାବଳି ଥିବା ବେଳେ କୋଭିଡ କଟକଣା ଭିତରେ ପାଳିତ ହେବ ଏହି ସବୁ ପର୍ବ। ଚଳିତ ବର୍ଷ କୋଭିଡ କଟକଣା ସତ୍ତ୍ୱେ କଟକବାସୀ ଉତ୍ସାହର ସହ ପାଳନ କରିବେ ଆଲୋକର ପର୍ବ। କଟକରେ ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଣ ଦୋକାନ ଖୋଲିବାକୁ ଅନୁମତି ମିଳିଛି।ହେଲେ କେଉଁଠି ବାଣ ଦୋକାନ କରାଯିବ ତାହା ସ୍ଥିର କରାଯିବ ବୋଲି ଡିସିପି କହିଥିବା ବେଳେ ବାଣ ଦୋକାନରେ ସାମାଜିକ ଦୂରତା ଓ ମାସ୍କକୁ କିନ୍ତୁ ବାଧ୍ୟତାମୂଳକ କରାଯିବ। ଅପରପକ୍ଷେ, ଦୁର୍ଗାପୂଜା ଭଳି କାଳୀପୂଜା ମଧ୍ୟ କୋଭିଡ କଟକଣାରେ ପାଳିତ ହେବ ବୋଲି ସୂଚନା ଦେଇଛନ୍ତି ଡିସିପି ।