କରୋନା ମୃତ୍ୟୁରେ ହ୍ରାସ, ୨୪ ଘଣ୍ଟାରେ ୨୮୪ ମୃତ
କରୋନା ମୃତ୍ୟୁରେ ହ୍ରାସ, ୨୪ ଘଣ୍ଟାରେ ୨୮୪ ମୃତ
ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ କରୋନା ସଂକ୍ରମଣ କମୁଥିବା ବେଳେ, ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ହ୍ରାସ ପରିଲକ୍ଷିତ ହେଉଛି । ଗତ ୨୪ ଘଣ୍ଟାରେ ଦେଶରେ ୨୮୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୪୩,୪୯୭କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ଦେଶରେ ଆକ୍ଟିଭ କେସ୍ ରହିଛି ୩,୫୧,୦୮୭ ଓ ଗତ ୨୪ ଘଣ୍ଟାରେ ଦେଣରେ ୨୭,୧୭୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୩,୧୬,୭୫୫କୁ ବୃଦ୍ଧି ପାଇଛି । ଏହା ସହିତ କରୋନା ସୁସ୍ଥତା ହାର ୩,୨୫,୨୨,୨୭୧କୁ ବୃଦ୍ଧି ପାଇଛି ।




admin 