କରୋନା କବଳରେ ଡାକ୍ତର , ଦୁଇ ଦିନରେ ସାରା ଦେଶରେ ୨୦୦ରୁ ଅଧିକ ଡାକ୍ତର ସଂକ୍ରମିତ

କରୋନା କବଳରେ ଡାକ୍ତର , ଦୁଇ ଦିନରେ ସାରା ଦେଶରେ ୨୦୦ରୁ ଅଧିକ ଡାକ୍ତର ସଂକ୍ରମିତ

କରୋନା କବଳରେ ଡାକ୍ତର , ଦୁଇ ଦିନରେ ସାରା ଦେଶରେ ୨୦୦ରୁ ଅଧିକ ଡାକ୍ତର ସଂକ୍ରମିତ
ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହରୀ ଦ୍ରୁତ ଗତିରେ ବଢିଚାଲିଛି । ଦେଶରେ ଆଜି ବି ରେକର୍ଡ ଭାଙ୍ଗିଲା ଦୈନିକ କରୋନା ସଂକ୍ରମଣ । ଆଜି ଦେଶରୁ ୧ ଲକ୍ଷ ୩୧ ହଜାର ୯୬୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ଏବେ କରୋନା ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଛି । ନୂଆ ଷ୍ଟ୍ରେନ ଯୋଗୁ ଦେଶର ଜନ ସାଧାରଣ ଭୟଭିତ ହୋଇଯାଇଛନ୍ତି । ପ୍ରତିଦିନ କରୋନା ସଂଖ୍ୟା ଦେଶରେ ବଢିବାରେ ଲାଗିଛି । କରୋନା ଯୋଗୁଁ ମହାରାଷ୍ଟ୍ରରେ ପ୍ରାୟ ଜିଲ୍ଲାରେ ଲକଡାଉନ ଘୋଷଣା କରାଯାଇଛି । କରୋନା ପାଇଁ ସରକାରଙ୍କ ପକ୍ଷରୁ ଅନେକ ସଚେତନତା ପଦକ୍ଷେପ ନିଆଯାଉଛି । ତଥାପି ଦେଶରେ କରୋନା ସଂଖ୍ୟା କମିବାର ନାଁ ଧରୁନି । ଆମ ଦେଶରେ ଅନେକ ସହରରେ ନାଇଟକର୍ଫୁ ଲାଗିଲାଣି । ଡାକ୍ତରଙ୍କୁ କରୋନା ନେଇ ବଢିଲା ଚିନ୍ତା । ଦୁଇ ଦିନରେ ସାରା ଦେଶରେ ୨୦୦ରୁ ଅଧିକ ଡାକ୍ତର ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଆଜି ଦିଲ୍ଲୀ ଏମ୍ସରୁ ୩୫ ଜଣ ଡାକ୍ତର ପଜିଟିଭ ଚିହ୍ନଟ ହୋଇଛନ୍ତି । ଲକ୍ଷ୍ମୌ କେଜିଏମୟୁରେ ୩୦ ଡାକ୍ତର କରୋନା ଆକ୍ରାନ୍ତ ହୋଇଛନ୍ତି । ସେହପିରି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲର ୨ ଜଣ ଡାକ୍ତର ମଧ୍ୟ ପଜିଟିଭ ହୋଇଛନ୍ତି । କାଲି ଦିଲ୍ଲୀ ସାର୍ ଗଙ୍ଗାରାମ ହସ୍ପିଟାଲର ୩୭ ଜଣ ଡାକ୍ତର ପଜିଟିଭ ଚିହ୍ନଟ ହୋଇଛନ୍ତି ।