କରୋନା ଗାଇଡଲାଇନ : ଏହିସବୁ କଟକଣା ହଟିଲା

କରୋନା ଗାଇଡଲାଇନ : ଏହିସବୁ କଟକଣା ହଟିଲା

କରୋନା ଗାଇଡଲାଇନ : ଏହିସବୁ କଟକଣା ହଟିଲା

ଭୁବନେଶ୍ୱର : ସେପ୍ଟେମ୍ବର ମାସ ପାଇଁ ରାଜ୍ୟ ସରକାର କରୋନା ଗାଇଡ଼ଲାଇନ ଜାରି କରିଛନ୍ତି  । ତେବେ ପୂର୍ବାପେକ୍ଷା ଅନେକ କ୍ଷେତ୍ରରେ କଟକଣାକୁ କୋହଳ କରାଯାଇଛି  । ଅପରପକ୍ଷରେ କୋଭିଡ଼ ନିୟମାବଳୀକୁ କଡ଼ାକଡ଼ି ପାଳନ କରିବାକୁ ନିଷ୍ପତି ନିଆଯାଇଛି  । ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ନିଦେ୍ର୍ଧଶ ଦେଇଛନ୍ତି  ।

ସେପ୍ଟେମ୍ବର ଗାଇଡ଼ଲାଇନ ସଂକ୍ରାନ୍ତରେ ସୂଚନା ଦେଇ ଶ୍ରୀ ଜେନା କହିଛନ୍ତିଯେ, ସେପ୍ଟେମ୍ବର ୧, ସକାଳ ୬ଟାରୁ ଅକ୍ଟୋବର ପହିଲା ସକାଳ ୬ଟା ପର୍ଯ୍ୟନ୍ତ ଏହି ଗାଇଡ଼ଲାଇନ କାର୍ଯ୍ୟକାରୀ କରାଯିବ  । କଂଟେନମେଂଟ ଜୋନରେ କିନ୍ତୁ ପୂର୍ବ କଟକଣା ବଳବତର ରହିବ  । 

୧. ସାରା ରାଜ୍ୟରେ ଅନଲକ କରାଯିବ  । ଅନଲକ ସମୟରେ ସକାଳ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଦୋକାନ ଖୋଲାରହିବ  ।

୨. ସହରାଂଚଳରେ ରାତି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫୁ୍ୟ ଜାରି ରହିବ  ।

୩. କଟକ, ଭୁବନେଶ୍ୱର ଓ ପୁରୀରେ ସପ୍ତାହାନ୍ତ ସଟଡାଉନ ଉଠାଇ ଦିଆଯାଇଛି  । ରାଜ୍ୟର କୌଣସି ସ୍ଥାନରେ ସପ୍ତାହାନ୍ତ ସଟଡାଉନ ରହିବ ନାହିଁ  ।

୪. ସାମାଜିକ, ଧାର୍ମିକ, ରାଜନୈତିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଲୋକମାନେ ଏକାଠି ହୋଇପାରିବେ ନାହିଁ  ।

୫. ପ୍ରଦର୍ଶନୀ, ବାଣିଜ୍ୟ ମେଳା ଆଦି ବନ୍ଦ ରହିବ  ।

୬. କୋଭିଡ଼ ଗାଇଡ଼ଲାଇନ ଅନୁସାରେ ଅଡ଼ିଟୋରିୟମ, ସମ୍ମିଳନୀ କକ୍ଷରେ ସରକାରୀ ବୈଠକ କରାଯାଇପାରିବ  । ହେଲେ ସାମାଜିକ, ଧାର୍ମିକ, ସାଂସ୍କୃତିକ ଓ ରାଜନୈତିକ ସଭା କରାଯାଇପାରିବ ନାହିଁ  ।

୭. ବାହାଘର, ବ୍ରତଘର, ଅନ୍ତ୍ୟେଷ୍ଟି ଭଳି କାର୍ଯ୍ୟକ୍ରମରେ ୨୫୦ ଜଣ ସାମିଲ ହୋଇପାରିବେ  । ଅତିଥି, ପୂଜାରୀ ଓ ଆୟୋଜକଙ୍କ ସମେତ ୨୫୦ ଜଣଙ୍କୁ ଅମୁତି ମିଳିବ  । ସେଠାରେ କୋଭିଡ଼ ଗାଇଡ଼ଲାଇନ ପାଳନ କରିବା ବାଧ୍ୟତାମୂଳକ କରାଯାଇଛି  ।

୮. ବାହାଘର ଶୋଭାଯାତ୍ରାକୁ ଅନୁମତି ମିଳିବ  । ପ୍ରାଧିକୃତ ଅଧିକାରୀଙ୍କ ଠାରୁ ଏଥିପାଇଁ ଅନୁମତି ମିଳିବ  । ବରକନ୍ୟା, ପୂଜାରୀ, ବନ୍ଧୁ, ଆତ୍ମୀୟସ୍ୱଜନ, ବ୍ୟାଣ୍ଡପାର୍ଟି ଓ ଲାଇଟ ସାଉଣ୍ଡ ସମସ୍ତଙ୍କୁ ମିଶାଇ ୫୦ ମଧ୍ୟରେ ସୀମିତ ରହିବ  ।

୯. ସରକାରଙ୍କ ପୂର୍ବ ଗାଇଡ଼ଲାଇନ ଅନୁସାରେ ସମସ୍ତ ଧାର୍ମିକ ଉତ୍ସବ ଓ ପର୍ବ ପାଳନ କରାଯିବ  ।