କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୧୨ ହଜାର ୩୯୦ ଜଣ ପଜିଟିଭ୍ ଚିହ୍ନଟ

କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୧୨ ହଜାର ୩୯୦ ଜଣ ପଜିଟିଭ୍ ଚିହ୍ନଟ

କରୋନା ଦ୍ୱିତୀୟ ଢେଉ :  ରାଜ୍ୟରେ ଆଜି ୧୨ ହଜାର ୩୯୦ ଜଣ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର: କରୋନା ଦ୍ୱିତୀୟ ଢେଉ ବହୁତ ଜୋରେ ମାଡି ଆସୁଛି । କରୋନା ସଂକ୍ରମଣ ବୃଦ୍ଧି ରାଜ୍ୟରେ ମଧ୍ୟ ବଢି ଚାଲିଛି । ରାଜ୍ୟରେ କରୋନା ଦ୍ୱିତୀୟ ଲହରୀ ଆରମ୍ଭ ହୋଇଗଲା । ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟର କରୋନା ଗ୍ରାଫ୍ ଉପର ମୁହାଁରେ ଚାଲିଛି । କରୋନା ଲେଉଟାଣି କୋପ ଭୟଙ୍କର ହେଲାଣୀ । ଦିନକୁ ଦିନ ମାଡି ମାଡି ଚାଲିଛି । ରାଜ୍ୟରେ ଆଜି ସର୍ବାଧିକ ୧୨ ହଜାର ୩୯୦ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଆମ ରାଜ୍ୟରେ ସପ୍ତାହାନ୍ତ ସଟଡାଉନ ମଧ୍ୟ ଲାଗୁ କରାଯାଇଛି । ସଟଡାଉନ ଆଗରୁ ଓଡିଶାରେ ଲାଗିଯାଇଥିଲା ନାଇଟକର୍ଫୁ୍ୟ । ତଥାପି ଆମ ରାଜ୍ୟର କିଛି ଅମାନିଆଙ୍କ ଯୋଗୁଁ କରୋନା ସକଂମଣ ବଢି ଚଲିଛି । ପଜିଟିଭ ସଂଖ୍ୟା ଡରାଉଥିବା ବେଳେ ବି୍ରଟେନ୍ ଷ୍ଟ୍ରେନ୍ ଓଡିଶା ଆସି ସାରିଛି । ୧୨,୩୯୦ ମଧ୍ୟରୁ କ୍ୱାରେଂଟିନରୁ ୬୯୩୮, ଲୋକାଲ କେସରୁ ୫୪୫୨ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲରୁ ସର୍ବାଧିକ ୨୨୦୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ-୮୮୨, କଳାହାଣ୍ଡି-୨୧୦ , କଟକ-୭୧୯, ନୂଆପଡା -୨୦୪, ସମ୍ବଲପୁର-୬୭୭, ଝାରସୁଗୁଡା-୪୧୩ , ପୁରୀ-୪୬୯, ବରଗଡ-୫୦୭, ନବରଙ୍ଗପୁର-୩୬୨, ବାଲେଶ୍ୱର-୩୪୦ , ସୁବର୍ଣ୍ଣପୁର-୧୭୮ , ବଲାଙ୍ଗିର-୪୬୧ , ଷ୍ଟେଟପୁଲ-୩୫୨, ଗଞ୍ଜାମ-୩୮୭, ମୟୂରଭଞ୍ଜ-୪୮୦, କେନ୍ଦୁଝର-୨୦୮, କୋରାପୁଟ-୨୪୬, ଭଦ୍ରକ-୪୧୨, ଯାଜପୁର-୪୩୬, ନୟାଗଡ-୩୦୧ , ରାୟଗଡା-୧୮୭, ଅନୁଗୁଳ-୫୩୨, ଜଗତସିଂହପୁର-୨୫୯, ଗଜପତି-୧୧୫, କେନ୍ଦ୍ରାପଡା-୧୩୭, ବୌଦ୍ଧ-୨୨୮, କନ୍ଧମାଳ-୧୦୨, ଢେଙ୍କାନାଳ-୧୭୪, ଓ ମାଲକାନଗିରି-୧୦୩ ଓ ଦେବଗଡ-୧୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୭୯ ହଜାର ୬୮୭ କୁ ବୃଦ୍ଧି ପାଇଛି । ରାଜ୍ୟରେ ସକ୍ରିୟ ରୋଗୀ ସଂଖ୍ୟା ୧ ଲକ୍ଷ ୦୪ ହଜାର ୦୧୬ ଜଣ ଉପରେ ରହିଛି । ସେହିପରି ରାଜ୍ୟରୁ ୪ ଲକ୍ଷ ୮୨ ହଜାର ୩୪୫ ଆକ୍ରାନ୍ତ ସୁସ୍ଥ ହେଲେଣି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।