କରୋନା ଦ୍ୱିତୀୟ ଢେଉ : ଆଜି ରାଜ୍ୟରୁ ୭ ଜଣଙ୍କ ଜୀବନ ନେଲା କରୋନା

କରୋନା ଦ୍ୱିତୀୟ ଢେଉ : ଆଜି ରାଜ୍ୟରୁ ୭ ଜଣଙ୍କ ଜୀବନ ନେଲା କରୋନା

କରୋନା ଦ୍ୱିତୀୟ ଢେଉ : ଆଜି ରାଜ୍ୟରୁ ୭ ଜଣଙ୍କ ଜୀବନ ନେଲା କରୋନା
ଭୁବନେଶ୍ୱର: ୨୪ ଘଣ୍ଟାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୬୧୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୬୫ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗଞ୍ଜାମ ଓ ରାୟଗଡାରୁ ୨ ଜଣ ଲେଖାଏଁ ମୃତୁ୍ୟବରଣ କରିଥିବା ବେଳେ କଳାହାଣ୍ଡି, କନ୍ଧମାଳ ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ମୃତୁ୍ୟବରଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ୬୧୬୪ ମଧ୍ୟରୁ କ୍ୱାରେଂଟିନରୁ ୩୫୭୫, ଲୋକାଲ କେସରୁ ୨୫୮୯ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲରୁ ସର୍ବାଧିକ ୧୧୩୨ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ-୪୨୭, କଳାହାଣ୍ଡି-୪୫୨ , କଟକ-୩୬୦, ନୂଆପଡା -୪୫୯, ସମ୍ବଲପୁର-୨୨୯, ଝାରସୁଗୁଡା-୩୫୫ , ପୁରୀ-୨୮୬, ବରଗଡ-୨୩୬, ବାଲେଶ୍ୱର-୭୮ , ବଲାଙ୍ଗିର-୨୨୬ , ନବରଙ୍ଗପୁର-୨୦୭ , ଷ୍ଟେଟପୁଲ-୨୪୧, ଗଞ୍ଜାମ-୧୩୫, ମୟୂରଭଞ୍ଜ-୧୩୬, କେନ୍ଦୁଝର-୨୦୫, ଅନୁଗୁଳ-୧୩୬, ଯାଜପୁର-୧୫୪, ଜଗତସିଂହପୁର-୬୩, ଗଜପତି-୫୫, ରାୟଗଡା-୧୦୫, କେନ୍ଦ୍ରାପଡା-୪୮, ଭଦ୍ରକ-୭୧, ଦେବଗଡ-୩୧, କନ୍ଧମାଳ-୨୩, ନୟାଗଡ-୯୯, ମାଲକାନଗିରି-୧୬ , ସୁବର୍ଣ୍ଣପୁର-୯୯, ଢେଙ୍କାନାଳ-୧୭ , ବୌଦ୍ଧ-୩୮ ଓ କୋରାପୁଟ-୪୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୮୮ ହଜାର ୪୭୯ କୁ ବୃଦ୍ଧି ପାଇଛି । ରାଜ୍ୟରେ ସକ୍ରିୟ ରୋଗୀ ସଂଖ୍ୟା ୩୫ ହଜାର ୦୭୫ ଜଣ ଉପରେ ରହିଛି । ସେହିପରି ରାଜ୍ୟରୁ ୩ ଲକ୍ଷ ୫୧ ହଜାର ୩୮୭ ଆକ୍ରାନ୍ତ ସୁସ୍ଥ ହେଲେଣି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।