କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ପୁଣି ୧୫୭୮ ଜଣ ପଜିଟିଭ ଚିହ୍ନଟ

କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ପୁଣି ୧୫୭୮ ଜଣ ପଜିଟିଭ ଚିହ୍ନଟ

କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ପୁଣି ୧୫୭୮ ଜଣ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ସଂକ୍ରମଣ ୨ ହଜାର ଉପରକୁ ଉଠିବା ପରେ ତଳକୁ ଖସିଥିଲା । ଗତ ୧୦ ଦିନ ହେଲା ସଂକ୍ରମଣ ୨ ହଜାର ତଳେ ରହୁଥିବା ଦେଖାଯାଉଛି । ପଶ୍ଚିମ ଓଡ଼ିଶା ତୁଳନାରେ ଉପକୂଳ ଅଞ୍ଚଳରେ ସଂକ୍ରମଣ ହ୍ରାସ ପାଇଁ ଅଧିକ ସମୟ ଲାଗୁଥିବା ଦେଖାଯାଉଛି । ଏହା ମଧ୍ୟରେ ଆଜି ୧୫୭୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୯୧୫ ଓ ସ୍ଥାନୀୟ ଅଞ୍ଚଳରୁ ୬୬୩ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୭ ହଜାର ୨୬୮ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୯ ଲକ୍ଷ ୫୪ ହଜାର ୯୨୯ ରହିଥିବା ବେଳେ ୧୬ ହଜାର ୩୮୪ ଜଣ ଚିକିତ୍ସିତ ହେଉଛନ୍ତି ।  ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୪୭ ଜଣ, ବାଲେଶ୍ୱରରୁ ୭୮ ଜଣ, ବରଗଡ଼ରୁ ୯ ଜଣ, ଭଦ୍ରକରୁ ୫୨ ଜଣ, ବଲାଙ୍ଗୀରରୁ ୮ ଜଣ, ବୌଦ୍ଧରୁ ୪, କଟକରୁ ୨୧୨ ଜଣ, ଦେବଗଡ଼ରୁ ୮ ଜଣ, ଢେଙ୍କାନାଳରୁ ୧୯ ଜଣ, ଗଜପତିରୁ ୧୪ ଜଣ, ଗଞ୍ଜାମରୁ ୨ ଜଣ, ଜଗତସିଂହପୁରରୁ ୧୧୩ ଜଣ, ଯାଜପୁରରୁ ୭୭ ଜଣ, ଝାରସୁଗୁଡ଼ାରୁ ୨ ଜଣ, କଳାହାଣ୍ଡିରୁ ୧ ଜଣ, କନ୍ଧମାଳରୁ ୧୭ ଜଣ, କେନ୍ଦ୍ରାପଡ଼ାରୁ ୫୧ ଜଣ, କେଉଁଝରରୁ ୧୭ ଜଣ, ଖୋର୍ଦ୍ଧାରୁ ୪୩୬ ଜଣ, କୋରାପୁଟରୁ ୧୪ ଜଣ, ମାଲକାନଗିରିରୁ ୧୧ ଜଣ, ମୟୁରଭଞ୍ଜରୁ ୪୧ ଜଣ, ନବରଙ୍ଗପୁରରୁ ୧୬ ଜଣ, ନୟାଗଡ଼ରୁ ୫୩ ଜଣ, ନୂଆପଡ଼ାରୁ ୨, ପୁରୀରୁ ୧୦୯ ଜଣ, ରାୟଗଡ଼ାରୁ ୧୪ ଜଣ, ସମ୍ୱଲପୁରରୁ ୧୮ ଜଣ, ସୋନପୁରରୁ ୧୨, ସୁନ୍ଦରଗଡ଼ରୁ ୨୯ ଓ ଷ୍ଟେଟ ପୁଲରୁ ୯୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।