କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୪୪୪୫ ନୂଆ କରୋନା ପଜିଟିଭ ଚିହ୍ନଟ

କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୪୪୪୫ ନୂଆ କରୋନା ପଜିଟିଭ ଚିହ୍ନଟ

କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୪୪୪୫ ନୂଆ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର: କରୋନା ଦ୍ୱିତୀୟ ଢେଉ ବହୁତ ଜୋରେ ମାଡି ଆସୁଛି । କରୋନା ସଂକ୍ରମଣ ବୃଦ୍ଧି ରାଜ୍ୟରେ ମଧ୍ୟ ବଢି ଚାଲିଛି । ରାଜ୍ୟରେ କରୋନା ଦ୍ୱିତୀୟ ଲହରୀ ଆରମ୍ଭ ହୋଇଗଲା । ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟର କରୋନା ଗ୍ରାଫ୍ ଉପର ମୁହାଁରେ ଚାଲିଛି । କରୋନା ଲେଉଟାଣି କୋପ ଭୟଙ୍କର ହେଲାଣୀ । ଦିନକୁ ଦିନ କରୋନା ମାଡି ମାଡି ଚାଲିଛି । ଦିନକରେ ୪୪୪୫ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ପଜିଟିଭ ସଂଖ୍ୟା ଡରାଉଥିବା ବେଳେ ବି୍ରଟେନ୍ ଷ୍ଟ୍ରେନ୍ ଓଡିଶା ଆସି ସାରିଛି । ୪୪୪୫ ମଧ୍ୟରୁ କ୍ୱାରେଂଟିନରୁ ୨୫୭୪, ଲୋକାଲ କେସରୁ ୧୮୭୧ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲରୁ ସର୍ବାଧିକ ୭୨୨ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା-୫୮୭, କଳାହାଣ୍ଡି-୨୭୩ , କଟକ-୨୫୧, ନୂଆପଡା -୪୩୭, ସମ୍ବଲପୁର-୨୪୧, ଝାରସୁଗୁଡା-୨୩୧ , ପୁରୀ-୨୨୯, ବରଗଡ-୧୭୮ ବାଲେଶ୍ୱର-୧୨୩ , ବଲାଙ୍ଗିର-୧୬୮ , ନବରଙ୍ଗପୁର-୧୨୭ , ଷ୍ଟେଟପୁଲ-୧୨୫, ଗଞ୍ଜାମ-୬୨, ମୟୂରଭଞ୍ଜ-୧୦୦, କେନ୍ଦୁଝର-୭୫, ଅନୁଗୁଳ-୮୭, ଯାଜପୁର-୫୮, ଜଗତସିଂହପୁର-୩୩, ଗଜପତି-୧୦, ରାୟଗଡା-୫୩, କେନ୍ଦ୍ରାପଡା-୩୫, ଭଦ୍ରକ-୪୩, ଦେବଗଡ-୩୫, କନ୍ଧମାଳ-୨୯, ନୟାଗଡ-୫୦, କେରାପୁଟ-୧୪, ମାଲକାନଗିରି-୯ , ସୁବର୍ଣ୍ଣପୁର-୨୨, ଢେଙ୍କାନାଳ-୨୦, ବୌଦ୍ଧ-୨୧ ଓ କୋରାପୁଟ-୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୭୨ ହଜାର ୭୦୩ କୁ ବୃଦ୍ଧି ପାଇଛି । ରାଜ୍ୟରେ ସକ୍ରିୟ ରୋଗୀ ସଂଖ୍ୟା ୨୪ ହଜାର ୫୬୮ ଜଣ ଉପରେ ରହିଛି । ସେହିପରି ରାଜ୍ୟରୁ ୩ ଲକ୍ଷ ୪୬ ହଜାର ୧୩୪ ଆକ୍ରାନ୍ତ ସୁସ୍ଥ ହେଲେଣି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।