କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୪୮୫୧ ନୂଆ କରୋନା ପଜିଟିଭ ଚିହ୍ନଟ

କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୪୮୫୧ ନୂଆ କରୋନା ପଜିଟିଭ ଚିହ୍ନଟ

କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୪୮୫୧ ନୂଆ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର: କରୋନା ଦ୍ୱିତୀୟ ଢେଉ ବହୁତ ଜୋରେ ମାଡି ଆସୁଛି । କରୋନା ସଂକ୍ରମଣ ବୃଦ୍ଧି ରାଜ୍ୟରେ ମଧ୍ୟ ବଢି ଚାଲିଛି । ରାଜ୍ୟରେ କରୋନା ଦ୍ୱିତୀୟ ଲହରୀ ଆରମ୍ଭ ହୋଇଗଲା । ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟର କରୋନା ଗ୍ରାଫ୍ ଉପର ମୁହାଁରେ ଚାଲିଛି । କରୋନା ଲେଉଟାଣି କୋପ ଭୟଙ୍କର ହେଲାଣୀ । ଦିନକୁ ଦିନ କରୋନା ମାଡି ମାଡି ଚାଲିଛି । ଦିନକରେ ୪୮୫୧ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ପଜିଟିଭ ସଂଖ୍ୟା ଡରାଉଥିବା ବେଳେ ବି୍ରଟେନ୍ ଷ୍ଟ୍ରେନ୍ ଓଡିଶା ଆସି ସାରିଛି । ୪୮୫୧ ମଧ୍ୟରୁ କ୍ୱାରେଂଟିନରୁ ୨୮୧୪, ଲୋକାଲ କେସରୁ ୨୦୩୭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲରୁ ସର୍ବାଧିକ ୭୦୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ -୫୧୬, କଳାହାଣ୍ଡି-୭୯ , କଟକ-୩୦୪, ନୂଆପଡା -୪୮୬, ସମ୍ବଲପୁର-୧୭୧, ଝାରସୁଗୁଡା-୨୯୦ , ପୁରୀ-୨୨୩, ବରଗଡ-୩୧୮ ବାଲେଶ୍ୱର-୫୨ , ବଲାଙ୍ଗିର-୨୨୭ , ନବରଙ୍ଗପୁର-୧୯୪ , ଷ୍ଟେଟପୁଲ-୧୪୫, ଗଞ୍ଜାମ-୧୫୧, ମୟୂରଭଞ୍ଜ-୭୮, କେନ୍ଦୁଝର-୧୬୬, ଅନୁଗୁଳ-୧୧୧, ଯାଜପୁର-୬୪, ଜଗତସିଂହପୁର-୩୯, ଗଜପତି-୩୫, ରାୟଗଡା-୮୫, କେନ୍ଦ୍ରାପଡା-୫୮, ଭଦ୍ରକ-୭୩, ଦେବଗଡ-୩୫, କନ୍ଧମାଳ-୨୭, ନୟାଗଡ-୬୬, କୋରାପୁଟ-୬୨, ମାଲକାନଗିରି-୩୧ , ସୁବର୍ଣ୍ଣପୁର-୯, ଢେଙ୍କାନାଳ-୩୧ ଓ ବୌଦ୍ଧ-୨୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୮୨ ହଜାର ୩୧୫ କୁ ବୃଦ୍ଧି ପାଇଛି । ରାଜ୍ୟରେ ସକ୍ରିୟ ରୋଗୀ ସଂଖ୍ୟା ୩୦ ହଜାର ୯୨୭ ଜଣ ଉପରେ ରହିଛି । ସେହିପରି ରାଜ୍ୟରୁ ୩ ଲକ୍ଷ ୪୯ ହଜାର ୩୭୭ ଆକ୍ରାନ୍ତ ସୁସ୍ଥ ହେଲେଣି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।