କରୋନା ପାଇଁ ସହଯୋଗର ହାତ ବଢ଼ାଇଲା ବେଦାନ୍ତ,୧୦୦ କୋଟିର ପାଣ୍ଠି କଲା ଗଠନ

କରୋନା ପାଇଁ ସହଯୋଗର ହାତ ବଢ଼ାଇଲା ବେଦାନ୍ତ,୧୦୦ କୋଟିର ପାଣ୍ଠି କଲା ଗଠନ

କରୋନା ପାଇଁ ସହଯୋଗର ହାତ ବଢ଼ାଇଲା ବେଦାନ୍ତ,୧୦୦ କୋଟିର ପାଣ୍ଠି କଲା ଗଠନ
୧୦୦ କୋଟିର ପାଣ୍ଠି ଗଠନ କଲା ବେଦାନ୍ତ ମୁମ୍ବାଇ: କରୋନା ପାଇଁ ସରକାର ଚଳାଇଥିବା ଲଢ଼େଇ ବିରୋଧରେ ସହଯୋଗର ହାତ ବଢ଼ାଇଛି ଶିଳ୍ପପତି ଅନିଲ ଅଗ୍ରୱାଲଙ୍କ କମ୍ପାନୀ ବେଦାନ୍ତ । କମ୍ପାନୀ ଏଥିପାଇଁ ୧୦୦ କୋଟି ଟଙ୍କାର ଏକ ପାଣ୍ଠି ଗଠନ କରିଛି । ଦିନ ମଜୁରିଆ ଭାବେ କାମ କରୁଥିବା ବ୍ୟକ୍ତି, କର୍ମଚାରୀ ଏବଂ ଠିକା କର୍ମଚାରୀଙ୍କ ଆବଶ୍ୟକତା ଏହି ପାଣ୍ଠି ପୂରଣ କରିବ । ଏଥିସହିତ କାରଖାନା ନିକଟରେ ବସବାସ କରୁଥିବା ଲୋକମାନଙ୍କୁ ପ୍ରତିଷେଧମୂଳକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଥିବା ବ୍ୟକ୍ତିମାନଙ୍କୁ ଏହି ପାଣ୍ଠିରୁ ଅର୍ଥ ଯୋଗାଇ ଦିଆଯିବବୋଲି ଜଣାଯାଇଛି । ଆବଶ୍ୟକ ପଡ଼ିଲେ ଏହି ପାଣ୍ଠି ରାଶି ବୃଦ୍ଧି କରାଯିବ ବୋଲି ବେଦାନ୍ତ ରିସୋର୍ସେସର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ କହିଛନ୍ତି । ଏଥିସହିତ କରୋନା ପାଇଁ କର୍ମଚାରୀଙ୍କୁ ଏକକାଳୀନ ସ୍ୱତନ୍ତ୍ର ବୀମା ସୁବିଧା ଯୋଗାଇ ଦିଆଯିବ ବୋଲି କମ୍ପାନୀ କହିଛି ।