କରୋନା ମୁକାବିଲା ପାଇଁ କଠୋର ହେଲେ ରାଜ୍ୟ ସରକାର
କରୋନା ମୁକାବିଲା ପାଇଁ କଠୋର ହେଲେ ରାଜ୍ୟ ସରକାର
admin
Mar 17, 2020 - 04:40
Updated: Mar 17, 2020 - 04:40
ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କରୋନା ଭଳି ବିପର୍ଯ୍ୟୟର ମୁକାବିଲା ପାଇଁ ପୂର୍ବରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ମଲ୍ ବନ୍ଦ କରାଯିବା ସହ ଜନଗହଳି ସ୍ଥାନରେ ୧୪୪ ଧାରା ଜାରି କରାଯାଇଥିଲା। ତେବେ ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ନିଆଯାଇଥିବା ସମସ୍ତ ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ଆସନ୍ତା ଏପ୍ରିଲ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏନେଇ ଖୋଦ ମୁଖ୍ୟମନ୍ତ୍ରୀ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି। ଏହାସହ ସହଯୋଗ କରିବାକୁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି।
ଅପରପକ୍ଷେ, ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଇଟାଲି ଫେରନ୍ତା ରିସର୍ଚ୍ଚ ପ୍ରଫେସନାଲଙ୍କର ଏବେ କ୍ୟାପିଟାଲ ହସ୍ପିଟାଲର ସ୍ୱତନ୍ତ୍ର ଓ୍ୱାର୍ଡରେ ଚିକିତ୍ସା ଚାଲିଛି। ସେ ଗତ ୬ ତାରିଖରେ ଇଟାଲିରୁ ଦିଲ୍ଲୀ ଫେରିଥିଲେ। ୧୨ ତାରିଖରେ ଟ୍ରେନ୍ରେ ଭୁବନେଶ୍ୱର ଆସିଥିଲେ। ଥଣ୍ଡା, ଜ୍ୱର ନ ଛାଡ଼ିବାରୁ ୧୩ ତାରିଖରେ ସେ ରାଜଧାନୀର ଏକ ଘରୋଇ କ୍ଲିନିକ୍ରେ ପ୍ରଥମେ ଚିକିତ୍ସା କରାଇଥିଲେ। ଏହାପରେ ତାଙ୍କ ରକ୍ତ ନମୁନା ପଜିଟିଭ୍ ଆସିବା ପରେ ସେ କରୋନା ସଂକ୍ରମିତ ବୋଲି ସ୍ପଷ୍ଟ କରିଛନ୍ତି ସରକାର ।