କରୋନା ମୁକାବିଲା ପାଇଁ ଜାରି ହେଲା ଆଡଭାଇଜରି ।

କରୋନା ମୁକାବିଲା ପାଇଁ ଜାରି ହେଲା ଆଡଭାଇଜରି ।

କରୋନା ମୁକାବିଲା ପାଇଁ ଜାରି ହେଲା ଆଡଭାଇଜରି ।
ଧିରେ ଧିରେ ଭାରତରେ କାୟା ମେଲାଉଛି କରେନା । ତେବେ ଏହାର ମୁକାବିଲା ପାଇଁ ଓଡିଶା ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହାକୁ ନେଇ ଆଡଭାଇଜର ମଧ୍ୟ ଜାରି କରାଯାଇଛି । – କର୍ମଚାରୀ ମାନଙ୍କୁ ବାୟୋମେଟ୍ରିକ ଉପସ୍ଥାନ ମେସିନର ବ୍ୟବହାର ନକରି ଉପସ୍ଥାନ ରେଜିଷ୍ଟରରେ ତାଙ୍କର ଉପସ୍ଥାନ ଦେବାକୁ କୁହାଯାଇଛି । – କାର୍ୟ୍ୟାଳୟକୁ ପରିଷ୍କାର ଓ ସ୍ୱଚ୍ଛ ପାଇଁ ଟେବୁଲ , କମ୍ପ୍ୟୁଟର, ଫୋନ ଓ ଅନ୍ୟ ବ୍ୟବହୃତ ଉପକରଣକୁ ସାନିଟାଇଜର ଦ୍ୱାରା ପୋଛାଯିବ । – କର୍ମଚାରୀମାନେ ନିୟମିତ ହାତକୁ ହ୍ୟାଣ୍ଡୱାସ କିମ୍ବା ସାବୁନରେ ଭଲଭାବେ ସଫା କରିବେ – କାର୍ୟ୍ୟାଳୟସ୍ଥଳୀରେ କାଶ, ଛିଙ୍କ ଦ୍ୱାରା ହେଉଥିବା ସଂକ୍ରମଣ ପ୍ରତିରୋଧ କରିବାକୁ କର୍ମଚାରୀମାନେ ଟିସୁ ବ୍ୟବହାର କରିବେ – କାର୍ୟ୍ୟାଳୟସ୍ଥଳୀରେ କର୍ମଚାରୀମାନେ ଏକାଠି ହୋଇ ସଭା ସମିତି କରିବେ ନାହିଁ – ଜ୍ୱର, ଥଣ୍ଡା କିମ୍ବା କାଶ ହେଉଥିବା କର୍ମଚାରୀମାନେ ବିଧାନସଭା ଡିସପେନସରି ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଖାଇବେ – କର୍ମଚାରୀମାନେ ଅବ୍ୟବହୃତ ଜିନିଷକୁ ଏଣେତେଣେ ନ ପକାଇ ଡଷ୍ଟବିନରେ ପକାଇବାକୁ କୁହାଯାଇଛି ।