କଲର୍ସ ‘ଡ୍ୟାନ୍ସ ଦିୱାନେ-୨’ରେ : ଓଡ଼ିଆ ପୁଅ ଓମ୍ ଶୁଭମ୍

କଲର୍ସ ‘ଡ୍ୟାନ୍ସ ଦିୱାନେ-୨’ରେ : ଓଡ଼ିଆ ପୁଅ ଓମ୍ ଶୁଭମ୍

କଲର୍ସ ‘ଡ୍ୟାନ୍ସ ଦିୱାନେ-୨’ରେ : ଓଡ଼ିଆ ପୁଅ ଓମ୍ ଶୁଭମ୍
ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକର ଓମ୍ ଶୁଭମ ମହାପାତ୍ର କଲର୍ସ ହିନ୍ଦୀ ଚ୍ୟାନେଲର ଶନି ଓ ରବିବାର ପ୍ରସାରିତ ‘ଡ୍ୟାନ୍ସ ଦିୱାନେ-୨’ ନୃତ୍ୟଭିତ୍ତିକ ରିଅଲିଟି କାର୍ଯ୍ୟକ୍ରମରେ ଭୋଟିଂ ସ୍ତରକୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏ ନେଇ ଓମ୍ ରାଜ୍ୟବାସୀଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି । ପ୍ରାରମ୍ଭରେ ସର୍ବଭାରତୀୟ ସ୍ତରରେ ତିନି ଗୋଟି ପିଢ଼ିର ଚୂଡାନ୍ତ ୧୮ ପ୍ରତିଯୋଗୀଙ୍କ ମଧ୍ୟରେ ପ୍ରଥମ ପିଢ଼ିରେ ସ୍ଥାନ ପାଇଥିଲେ ଶୁଭମ । ନିଜର ନୃତ୍ୟ କଳା ପ୍ରଦର୍ଶନ ଜରିଆରେ ସେ ଅଦ୍ୟାବଧି ପ୍ରଶଂସିତ ହୋଇ ଆସିଛନ୍ତି । ମାତ୍ର ୧୦ ବର୍ଷ ବୟସରେ ସେ ନିଜର ନୃତ୍ୟ ପ୍ରଦର୍ଶନରେ ବିଚାରକ ମାଧୁରୀ ଦୀକ୍ଷିତ, ତୁଷାର ଓ ଶଶାଙ୍କଙ୍କ ପ୍ରଶଂସା ଭାଜନ ହୋଇପାରିଥିବା ବେଳେ ବଲିଉଡ ଷ୍ଟାର ଅକ୍ଷୟ କୁମାର, ସୋନାକ୍ଷୀ ସିହ୍ନା, ବିଦ୍ୟା ବାଲାନ, ସରୋଜ ଖାନ, ବାଦଶାହା ପ୍ରଭୃତିଙ୍କୁ ନିଜର ନୃତ୍ୟ ଦ୍ୱାରା ପ୍ରଭାବିତ କରିପାରିଛନ୍ତି । ଗତ ଜୁନ୍ ମାସରୁ ସେ ମୁମ୍ବାଇରେ ନିଜ ମାଆଙ୍କ ସହ ଅବସ୍ଥାନ କରିଆସୁଛନ୍ତି ।