କାହା ସ୍ୱାର୍ଥରେ ଚାଲୁଛି ନର୍ସିିଂହୋମ : ମାନସ ଚୌଧୁରୀ
କାହା ସ୍ୱାର୍ଥରେ ଚାଲୁଛି ନର୍ସିିଂହୋମ : ମାନସ ଚୌଧୁରୀ
ଭୁବନେଶ୍ୱର : ରାଜ୍ୟର ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଯାଉଥିବା ସହର ହେଉଛି କଟକ । ଏଠାକୁ ଓଡିଶାର ବିଭିନ୍ନ ପ୍ରାନ୍ତରୁ ଲୋକମାନେ ଆସିଥାନ୍ତି । କଟକର ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଲୋକଙ୍କ ପ୍ରଥମ ପସନ୍ଦ । କିନ୍ତୁ ତାହା ଏବେ ଦଲାଲଙ୍କ ଗନ୍ତାଘର ପାଲଟିଛି । କଟକ ବଡ ମେଡିକାଲରେ ରୋଗୀ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ଅନ୍ୟପଟେ କଟକରେ ଛତୁ ଫୁଟିଲା ଭଳି ନର୍ସିଂହୋମ ସହ ଟେଷ୍ଟିଂ ସେଣ୍ଟର ରହିଛି । ସେଥିରୁ ଅନେକ ନର୍ସିଂହୋମର ଲାଇସେନ୍ସ ମଧ୍ୟ ନାହିଁ । ଏଠି ପ୍ରଶ୍ନ ଉଠୁଛି ବିନା ଲାଇସେନ୍ସରେ ନର୍ସିଂହୋମ ଗୁଡିକ କିପରି ଚାଲିଛି? ସିଡିଏମଓ ଲାଞ୍ଚ ନେଇ ବେଆଇନ୍ ନର୍ସିଂହୋମ ଚଳାବାକୁ ଅନୁମତି ଦେଇନାହାଁନ୍ତି ତ? ଏନେଇ ଗର୍ଜିଛନ୍ତି କଂଗ୍ରେସ ନେତା ମାନସ ଚୌଧୁରୀ ।
ସେ କହିଛନ୍ତି ଗୋଟିଏ ନର୍ସିଂହୋମ ଚଲାଇବାକୁ ଟ୍ରେଡ୍ ଲାଇସେନ୍ସ, ପଲ୍ୟୁସନ ସାର୍ଟିଫିକେଟ, ଏନଓସି, ଫାର କ୍ଲିଅରାନ୍ସ ଦରକାର । କିନ୍ତୁ ନର୍ସିଂହୋମାର ମାଲିକମାନେ ସିଡିଏମଓ ଅଫିସରେ ଲାଇସେନ୍ସ ପାଇଁ ଆପ୍ଲାଏ କରନ୍ତି ଓ ଦୀର୍ଘ ସମୟ ଧରି ଆପ୍ଲାଏଡ ଫର କରି ନର୍ସିିଂହୋମକୁ ଚଲାଇଥାନ୍ତି । ଏପରି କାହିଁକି ହେଉଛି ଓ କାହା ସ୍ୱାର୍ଥରେ ସେମାନେ ଚଲାଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।
ସିଡିଏମଙ୍କୁ ଟାର୍ଗେଟ ରି ତାଙ୍କ କର୍ତ୍ତବ୍ୟ ବିଷୟରେ ପ୍ରଶ୍ନ କରିବା ସହ ସିଡିଏମଓ , ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କଟକରେ କେତେ ଆପ୍ରୁଭ ନର୍ସିଂହୋମ ରହିଛି ଓ ଆପ୍ଲାଏଡ୍ ଫରରେ କେତେ ଦିନ ଯାଏ ନର୍ସିଂହୋମ ଚାଲିପାରିବ ସେ ନେଇ ଏକ ଶ୍ୱେତପତ୍ର କରିବାକୁ ଅନୁରୋଧ କରିଛନ୍ତି । ଯଦି ସରକାର ଏହା ନକରନ୍ତି ଆଗାମୀ ଦିନରେ ସେ ଓ ତାଙ୍କ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ।




admin 