କୃଷି ଆଇନ ପ୍ରତ୍ୟାହାର ପାଇଁ ୨୪ରେ କେନ୍ଦ୍ର କ୍ୟାବିନେଟ

କୃଷି ଆଇନ ପ୍ରତ୍ୟାହାର ପାଇଁ ୨୪ରେ କେନ୍ଦ୍ର କ୍ୟାବିନେଟ

କୃଷି ଆଇନ ପ୍ରତ୍ୟାହାର ପାଇଁ ୨୪ରେ କେନ୍ଦ୍ର କ୍ୟାବିନେଟ
ନୂଆଦିଲ୍ଲୀ:ଚାଷୀଙ୍କୁ ଦେଇଥିବା କଥା ପାଳନ କରିବେ ମୋଦି ସରକାର। ଚାଷୀଙ୍କ ବିରୋଧ ଆଗରେ କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତି ନେଇଥିବା କେନ୍ଦ୍ର ସରକାର ଆସନ୍ତା ୨୪ ତାରିଖ ଅର୍ଥାତ ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକ ଡାକିଛନ୍ତି। ୩ କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତି ଉପରେ ଏହି କ୍ୟାବିନେଟ ବୈଠକରେ ମୋହର ବାଜିବ। କ୍ୟାବିନେଟ ଅନୁମୋଦନ କରିବା ପରେ ଏହାକୁ ନଭେମ୍ବର ୨୯ରୁ ଆରମ୍ଭ ହେଉଥିବା ସଂସଦର ଶୀତ ଅଧିବେଶନ ବେଳେ ଗୃହରେ ଉପସ୍ଥାପନ କରାଯିବ। ଗୃହରେ ବିତର୍କ ଓ ଭୋଟ ଦ୍ୱାରା ବିଧିବଦ୍ଧ ଭାବେ ଆଇନକୁ ପ୍ରତ୍ୟାହାର କରାଯିବ। ଅନ୍ୟପକ୍ଷରେ ଚାଷୀମାନେ ନିଜ ୬ ଦଫା ଦାବି କେନ୍ଦ୍ର ସରକାରଙ୍କୁ ଜଣାଇଛନ୍ତି।