କେନ୍ଦ୍ର ସରକାରଙ୍କୁ ଘେରିଲେ ରାହୁଲ : କୋଭିଡ ମୁକାବିଲାରେ ପାକିସ୍ତାନଠୁ ପଛରେ ଭାରତ

କେନ୍ଦ୍ର ସରକାରଙ୍କୁ ଘେରିଲେ ରାହୁଲ : କୋଭିଡ ମୁକାବିଲାରେ ପାକିସ୍ତାନଠୁ ପଛରେ ଭାରତ

କେନ୍ଦ୍ର ସରକାରଙ୍କୁ ଘେରିଲେ ରାହୁଲ : କୋଭିଡ ମୁକାବିଲାରେ ପାକିସ୍ତାନଠୁ ପଛରେ ଭାରତ
ନୂଆଦିଲ୍ଲୀ : ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ପୁନର୍ବାର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଆଇଏମଏଫ୍ ପକ୍ଷରୁ ପ୍ରକାଶିତ ଅଭିବୃଦ୍ଧି ଚାର୍ଟକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ । ଭାରତୀୟ ଅଭିବୃଦ୍ଧି ହାର ଋଣାତ୍ମକ ୧୦.୩ରେ ରହିଥିବା ବେଳେ ସମସ୍ତ ପଡୋଶୀ ରାଷ୍ଟ୍ର ଏହାକୁ ପଛରେ ପକାଇଛନ୍ତି । ଏହି ଚାର୍ଟ ସେୟାର କରିବା ସହିତ କୋଭିଡ ମୁକାବିଲାରେ ବିଜେପି ସରକାର ପାକିସ୍ତାନ ଏବଂ ଆଫଗାନିସ୍ତାନ ଠାରୁ ମଧ୍ୟ ପଛରେ ରହିଛି ବୋଲି ରାହୁଲ କହିଛନ୍ତି । ବୁଧବାର ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇବା ପରଠାରୁ ରାହୁଲ କ୍ରମାଗତ ଭାବେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ୬ ବର୍ଷର ବିଜେପି ଶାସନରେ ଘୃଣାରେ ପରିପୂର୍ଣ୍ଣ ଜାତୀୟତାବାଦ ଛଡା ଦେଶକୁ ଆଉ କିଛି ମିଳିନାହିଁ ବୋଲି ରାହୁଲ ଟ୍ୱିଟ କରିିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଆଇଏମଏଫମର ରିପୋର୍ଟ ଅନୁଯାୟୀ ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ୮.୮ ପ୍ରତିଶତ ଛୁଇଁବ । ଏହି ସମୟରେ ଚୀନର ଅଭିବୃଦ୍ଧି ୮.୨ ପ୍ରତିଶତ ରହିବ ବୋଲି ଆଇଏମଏଫ ଆକଳନ କରିଛି ।