କେବେ ରାଜ୍ୟକୁ ଆସିବ କୋଭାକ୍ସିନ, କୋଭାକ୍ସିନ ଟିକା ନେବାକୁ ଅନେଇ ବସିଛନ୍ତି ହିତାଧିକାରୀ

କେବେ ରାଜ୍ୟକୁ ଆସିବ କୋଭାକ୍ସିନ, କୋଭାକ୍ସିନ ଟିକା ନେବାକୁ ଅନେଇ ବସିଛନ୍ତି ହିତାଧିକାରୀ

କେବେ ରାଜ୍ୟକୁ ଆସିବ କୋଭାକ୍ସିନ, କୋଭାକ୍ସିନ ଟିକା ନେବାକୁ ଅନେଇ ବସିଛନ୍ତି  ହିତାଧିକାରୀ


ଭୁବନେଶ୍ୱର: ରାଜ୍ୟକୁ କେବେ ଆସିବ କୋଭାକ୍ସିନ ଟିକା? କେବେ ଟିକା ନେବେ କୋଭାକ୍ସିନ ହିତାଧିକାରୀ? କୋଭାକ୍ସିନ ଭିତାଧିକାରୀଙ୍କ ପାଇଁ ଟିକା ପାଇବା ନେଇ ଅନିଶ୍ଚିତତା ଭିତରେ ରହିଛି । କେନ୍ଦ୍ର ସରକାର କୋଭିସିଲ୍ଡ ହିତାଧିକାରୀଙ୍କ ଲାଗି ଟିକା ପଠାଇଛନ୍ତି । ହେଲେ କୋଭାକ୍ସିନ ହିତାଧିକାରୀଙ୍କୁ ଟିକା ପ୍ରଦାନରେ ଅଣଦେଖା କରୁଥିବା ଅଭିଯୋଗ ହୋଇଛି । ରାଜ୍ୟକୁ କେବେ ଟିକା ଆସିବ ସେନେଇ କେନ୍ଦ୍ର ସରକାର କିଛି ସ୍ପଷ୍ଟ କରିନାହାନ୍ତି । ଆଉ ଏପଟେ କୋଭାକ୍ସିନ ଟିକା ନେବାକୁ ହିତାଧିକାରୀ ଅନେଇ ବସିଛନ୍ତି ।

ଗତ ୧୮ ତାରିଖରେ କେନ୍ଦ୍ର ସରକାର କେବଳ କୋଭିସିଲ୍ଡ ହିତାଧିକାରୀଙ୍କ ପାଇଁ ୧ଲକ୍ଷ ଟିକା ପଠାଇଥିଲେ । ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମ ପଞ୍ଚମ ଦିନରେ ପହଞ୍ଚିଛି । କେବଳ ପୂର୍ବରୁ କୋଭିସିଲ୍ଡ ଟିକା ନେଇଥିବା ହିତାଧିକାରୀ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ ଅଛନ୍ତି । ରବିବାର ରାଜ୍ୟରେ ୧୧୨ଟିକା କେନ୍ଦ୍ରରେ ଟିକାକରଣ କାର୍ଯ୍ୟକ୍ରମ ଜାରି ରହିଛି । ସେହିଦିନ ମୋଟ ୮ ହଜାର ୭୩୭ଜଣ ଟିକା ନେଇଛନ୍ତି । ପ୍ରଥମ ଡେ଼ାଜ ୧୦୨୨ଜଣ ନେଇଛନ୍ତି । ଆଉ ବୁଷ୍ଟର ଡୋଜ ୭ହଜାର ୬୮୮ ନେଇଛନ୍ତି ।