କୋଇଲା ଖଣି ନିଲାମୀ : ରାଜ୍ୟକୁ ମିଳିବ ୧୦୫୯ କୋଟି

କୋଇଲା ଖଣି ନିଲାମୀ : ରାଜ୍ୟକୁ ମିଳିବ ୧୦୫୯ କୋଟି

କୋଇଲା ଖଣି ନିଲାମୀ : ରାଜ୍ୟକୁ ମିଳିବ ୧୦୫୯ କୋଟି
ଭୁବନେଶ୍ୱର : ଚଳିତ ଥର ନିଲାମ କରାଯାଇଥିବା କୋଇଲା ଖଣିରୁ ରାଜ୍ୟକୁ ବାର୍ଷିକ ୧୦୫୯ କୋଟି ଟଙ୍କାର ରାଜସ୍ୱ ମିଳିବ । ଚଳିତ ବର୍ଷ ଓଡିଶାରୁ ଦୁଇଟି ଖଣି ନିଲାମୀ ହୋଇଛି । ସମସ୍ତ ରାଜ୍ୟକୁ ୬ ହଜାର ୬୫୬ କୋଟି ଟଙ୍କାର ରାଜସ୍ୱ ମିଳିବ ଏବଂ ଏହା ମଧ୍ୟରୁ ୧୦୫୯ କୋଟି ଟଙ୍କା ଓଡିଶାକୁ ମିଳିବ ବୋଲି କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି । ରାଧିକାପୁର ୱେଷ୍ଟ ପାଇଁ ଓଡିଶା ୫୯୨.୨୮ କୋଟି ଏବଂ ରାଧିକାପୁର ଇଷ୍ଟରୁ ୪୬୬.୫୮ କୋଟିର ରାଜସ୍ୱ ହାସଲ କରିବ । ଓଡିଶା ବ୍ୟତିତ ମହାରାଷ୍ଟ୍ର ୩୨୧ କୋଟି, ଛତିଶଗଡ ୮୨୪ କୋଟି, ମଧ୍ୟପ୍ରଦେଶ ୧୭୨୪ କୋଟି ଏବଂ ଝାରଖଣ୍ଡକୁ ସର୍ବାଧିକ ୨୬୯୦ କୋଟିର ରାଜସ୍ୱ ମିଳିବ । ଗତକାଲି ନିଲାମିର ଶେଷ ଦିନ ରହିଥିବା ବେଳେ ଛତିଶଗଡର ଗାରେ ପାଲମା ଆଇଭି-୭ ର ନିଲାମୀ କରାଯାଇଛି । ଜୁନ ୧୮ରୁ ଆରମ୍ଭ ହୋଇଥିବା ଏହି ନିଲାମୀରେ ସମୁଦାୟ ୧୯ଟି ଖଣିର ନିଲାମୀ କରାଯାଇଛି ।