କୋଭିଡ ପରିଚାଳନା ପାଇଁ ଓଡିଶାକୁ ମିଳିଛି ୮୦୨ କୋଟି

କୋଭିଡ ପରିଚାଳନା ପାଇଁ ଓଡିଶାକୁ ମିଳିଛି ୮୦୨ କୋଟି

କୋଭିଡ ପରିଚାଳନା ପାଇଁ ଓଡିଶାକୁ ମିଳିଛି ୮୦୨ କୋଟି
ନୂଆଦିଲ୍ଲୀ : କୋଭିଡ ପରିଚାଳନା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଅର୍ଥରାଶି ସମ୍ପର୍କରେ ଆଜି ବିବୃତି ରଖିଛନ୍ତି ଅନୁରାଗ ଠାକୁର । ଅର୍ଥ ରାଷ୍ଟ୍ରମନ୍ତ୍ରୀ ଠାକୁର ଲୋକସଭାରେ ନିଜ ବିବୃତି ରଖିଥିଲେ । କରୋନା ମୁକାବିଲା ପାଇଁ ମହାରାଷ୍ଟ୍ରକୁ ସର୍ବାଧିକ ୧୬୧୧ କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଅନୁଦାନ ରାଶି ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି ଓଡିଶା । ଓଡିଶାକୁ ଏହି ସମୟରେ ୮୦୨ କୋଟି ଟଙ୍କା ମିଳିଛି । ଏସଡିଆରଏଫ ପାଣ୍ଠିରୁ ମିଳିଥିବା ଅନୁଦାନ ରାଶି ସମ୍ପର୍କରେ ଆଜି ଲୋକସଭାରେ ଅନୁରାଗ ଠାକୁର ସୂଚନା ଦେଇଛନ୍ତି । ଅଗଷ୍ଟ ୩୧ ସୁଦ୍ଧା ମହାରାଷ୍ଟ୍ରକୁ ୧୬୧୧ କୋଟି ଟଙ୍କା ମିଳିଥିବା ବେଳେ ଉତ୍ତର ପ୍ରଦେଶକୁ ୯୬୬ କୋଟି ଏବଂ ମଧ୍ୟପ୍ରଦେଶକୁ ୯୧୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ଚତୁର୍ଥ ସ୍ଥାନରେ ରହିଥିବା ଓଡିଶାକୁ ୮୦୨ କୋଟିର ଅନୁଦାନ ମିଳିଥିବା ବେଳେ କର୍ଣ୍ଣାଟକ, ରାଜସ୍ଥାନ ଏବଂ ବିହାରକୁ ଯଥାକ୍ରମେ ୭୯୧, ୭୪୦ ଏବଂ ୭୦୮ କୋଟି ଟଙ୍କା ପ୍ରଦାନ କରାଯାଇଛି ।