କୋର୍ଟ ଦଣ୍ଡ ଭୋଗିଲେ ବର୍ଷା ଓ ଅନୁଭବ

କୋର୍ଟ ଦଣ୍ଡ ଭୋଗିଲେ ବର୍ଷା ଓ ଅନୁଭବ

କୋର୍ଟ ଦଣ୍ଡ ଭୋଗିଲେ ବର୍ଷା ଓ ଅନୁଭବ


ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କୁ କୋର୍ଟ ଦଣ୍ଡିତ କରିଛନ୍ତି  । ଉଭୟ କୋର୍ଟ କାର୍ଯ୍ୟକୁ ବିଳମ୍ବିତ କରୁଥିବାରୁ ସେମାନଙ୍କୁ ଦଣ୍ଡ ଦିଆଯାଇଛି  । ଅନୁଭବ ଓ ବର୍ଷା କୋର୍ଟରେ ୫ ହଜାର ଟଙ୍କା ଜମା କରିବାକୁ ପରିବାର ଅଦାଲତ ନିଦେ୍ର୍ଧଶ ଦେଇଛନ୍ତି  ।


କୋର୍ଟ କାରବାରରେ ଉଭୟ ଅଯଥା ବିଳମ୍ବିତ କରିଛନ୍ତି  । ବାରମ୍ବାର ତାରିଖ ସତ୍ୱେ ବର୍ଷା କୋର୍ଟକୁ ଆସୁନଥିଲେ  । ଅନୁଭବ ମଧ୍ୟ ଛାଡ଼ପତ୍ର ପିଟିସନରେ ଅନୁଭବ ଭୁଲ ବିବାହ ସ୍ଥାନ ଦେଇଥିଲେ  । ବର୍ଷା ଓ ଅନୁଭବଙ୍କ ପକ୍ଷରୁ ଦାଖଲ ଆବେଦନକୁ ବି କୋର୍ଟ ଗ୍ରହଣ କରିଛନ୍ତି  । ସାକ୍ଷ୍ୟ ଗ୍ରହଣ ପାଇଁ ବର୍ଷା କୋର୍ଟଙ୍କୁ ଆବେଦନ କରିଥିଲେ  । ସେହିପରି ବିବାହ ସ୍ଥାନ ତଥ୍ୟରେ ସଂଶୋଧନ ପାଇଁ ଅନୁଭବ ବି ଆବେଦନ କରିଥିଲେ  । ଉଭୟଙ୍କ ଆବେଦନକୁ କୋର୍ଟ ଗ୍ରହଣ କରିଛନ୍ତି  ।


ସୂଚନାଯୋଗ୍ୟଯେ, ଓଲିଉଡ଼ର ଏହି ଷ୍ଟାର ଦମ୍ପତିଙ୍କ ବିବାଦ ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟିକରିଛି  । ଅନୁଭବ ଏନେଇ ଦିଲ୍ଲୀରେ ବି ମାମଲା କରିଛନ୍ତି  । ନିକଟରେ ଅନୁଭବଙ୍କ ସିକୁ୍ୟରିଟି ଗାଡର଼୍ ବର୍ଷାଙ୍କ ବିରୋଧରେ ଏତଲା କରିଥିଲେ  । ଯାହାକୁ ନେଇ ବର୍ଷା ଅକଳରେ ପଡ଼ିଯାଇଛନ୍ତି  ।