ଖୋଲିବ ଶ୍ରୀମନ୍ଦିର, ଜାଣନ୍ତୁ କେବେଠୁ

ଖୋଲିବ ଶ୍ରୀମନ୍ଦିର, ଜାଣନ୍ତୁ କେବେଠୁ

ଖୋଲିବ ଶ୍ରୀମନ୍ଦିର, ଜାଣନ୍ତୁ କେବେଠୁ
ଭୁବନେଶ୍ୱର :ଛତିଶା ନିଯୋଗ ବୈଠକରେ ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତି ନିଆଯାଇଛି । ଶ୍ରୀମନ୍ଦିର ଖୋଲିବା ନେଇ ରାଜ୍ୟ ସରକାରଙ୍କୁ ସୁପାରିସ୍‌ କରାଯିବା ନେଇ ସୂଚନା ରହିଛି । ଆସନ୍ତା ଦୁଇ ଦିନ ଭିତରେ ରାଜ୍ୟ ସରକାରଙ୍କୁ ସୁପାରିସ୍‌ କରାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସରକାର ଅନୁମତି ଦେଲା ପରେ ଶ୍ରୀମନ୍ଦିର ଖୋଲିଦିଆଯିବ ବୋଲି ସୂଚନା ରହିଛି । ଆସନ୍ତା ୨୨ରୁ ୨୪ ତାରିଖ ମଧ୍ୟରେ ଖୋଲିଦିଆଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟପ୍ରଶାସକ । ଦର୍ଶନ ଆରମ୍ଭ ପରେ ବି କଟକଣା ଜାରି ରହିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ । ଖୋଲିବା ପରେ ପ୍ରଥମେ ୪/୫ ଦିନ ପୁରୀ ଲୋକଙ୍କୁ ଦର୍ଶନ ଅନୁମତି ରହିବ । ସେହିପରି ଭିଡ ଦୃଷ୍ଟିରୁ ଜାନୁଆରୀ ୧ ଏବଂ ଦୁଇ ତାରିଖରେ ଦର୍ଶନ ବନ୍ଦ ରହିବ । ତିନି ତାରିଖଠାରୁ ପୁଣି ସାଧାରଣ ଦର୍ଶନ ଆରମ୍ଭ କରାଯିବ । ତିନି ତାରିଖ ଠାରୁ ପୁରୀ ସହ ବାହାର ଲୋକ ଦର୍ଶନ କରିପାରିବେ । ଦର୍ଶନ ବ୍ୟବସ୍ଥା ପାଇଁ ଏକ ଏସ୍‌ଓପି ଜାରି କରାଯିବ । ସବୁ ଦର୍ଶନାର୍ଥୀ ମାସ୍କ ପିନ୍ଧିବା ଓ ସାନିଟାଇଜର୍‌ ଲଗାଇବା ଜରୁରୀ ବୋଲି ସୂଚନା ରହିଛି।ଶ୍ରୀମନ୍ଦିର ଚାରି ଦ୍ବାରରେ ପ୍ରଶାସନ ପକ୍ଷରୁ ସାନିଟାଇଜର ଦିଆଯିବ । ଜିଲ୍ଲା ବାହାର ଲୋକଙ୍କୁ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଦେବାକୁ ପଡିବ । ୬୫ ବର୍ଷରୁ ଅଧିକ ବୟସ୍କ, ପିଲାଙ୍କୁ ନ ଆସିବାକୁ ଅନୁରୋଧ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଆସନ୍ତା ତିନି ତାରିଖଠାରୁ ପ୍ରତ୍ୟେକ ଦିନ ୫ ହଜାର ଭକ୍ତଙ୍କୁ ଦର୍ଶନ ଅନୁମତି ମିଳିବ ବୋଲି ସୂଚନା ରହିଛି । ପ୍ରଥମ ସପ୍ତାହରେ ଦୈନିକ ୫ ହଜାର ପରେ ସଂଖ୍ୟା ଆଗକୁ ବଢିବ ବୋଲି ସୂଚନା ରହିଛି । ମାସେ ୨ ମାସ ମଧ୍ୟରେ ଅଧିକ ଦର୍ଶନା୍ର୍ଥୀଙ୍କୁ ଅନୁମତି ମିଳିପାରିବ । ତେବେ ସମସ୍ତ ଭକ୍ତଙ୍କୁ ମହାପ୍ରସାଦ ମିଳିବା ନେଇ ସୂଚନା ରହିଛି । ତେବେ ନୂଆବର୍ଷରେ ରାଜ୍ୟବାସୀ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।