ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଇଁ ଲାଗିଲା କଟକଣା
ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଇଁ ଲାଗିଲା କଟକଣା
ଭୁବନେଶ୍ୱର: ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚିଥିବା ବେଳେ ଭୁବନେଶ୍ୱରରେ ପର୍ବପର୍ବାଣୀ ପାଳନ ଓ ଲୋକ ଗହଳି ଉପରେ କଟକଣା ଲଗାଇଛନ୍ତି ବିଏମ୍ସି କମିଶନର ସଞ୍ଜୟ ସିଂ ।
ବିଏମ୍ସି କମିଶନର ସଞ୍ଜୟ ସିଂ କହିଛନ୍ତି, କୋଭିଡ୍ ଗାଇଡଲାଇନ ଅନୁସାରେ ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଳନ କରାଯିବ। ବର୍ତ୍ତମାନ ସ୍ଥିତିକୁ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନିଆଯିବ। ନୂଆବର୍ଷ ପାଇଁ ରାଜ୍ୟ ସରକାର ଲାଗୁ କରିଥିବା କଟକଣାକୁ କଡ଼ାକଡ଼ି ପାଳନ କରାଯିବ। ବଡ଼ଦିନ ଓ ନୂଆବର୍ଷରେ ଅଧିକ ଗହଳି ହେବାକୁ ଥିବାରୁ ଏହି ଅବସରରେ ଗହଳି ଏଡ଼ାଇବାକୁ ତଥା ସଂକ୍ରମଣ ରୋକିବାକୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି କମିଶନର ।
ସେ ଆହୁରି କହିଛନ୍ତି, ଓଡ଼ିଶାରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା କମ୍ ଅଛି। ତଥାପି ଏବେଠୁ ବିଏମସି ସତର୍କତାମୂଳକ ପଦକ୍ଷେପ ନେଉଛି। ଗାଇଡଲାଇନ ଅନୁସାରେ ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି। ବିଦେଶ ଫେରନ୍ତା ପଜିଟିଭ ଚିହ୍ନଟ ହେଲେ ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଉଛି। ଏବେ ସୁଦ୍ଧା ଭୁବନେଶ୍ୱରରେ ୬ଟି ମାଇକ୍ରୋ କଣ୍ଟେନମେଣ୍ଟ କରାଯାଇଛି ବୋଲି ବିଏମ୍ସି କମିଶନର ସୂଚନା ଦେଇଛନ୍ତି।




admin 