ଗ୍ରୀଷ୍ମ ପ୍ରବାହରେ ଥରହର ହେଉଛି ସାରା ଦେଶ
ଭୁବନେଶ୍ୱର: ଶୀତ ପରେ ପରେ ଚାଲିଆସିଛି ଗୀଷ୍ମର ପ୍ରବାହ ଆଉ ବସନ୍ତ ଉଭାନ । ଗ୍ରୀଷ୍ମ ପ୍ରବାହରେ ଥରହର ହେଉଛି ସାରା ଦେଶ । ଅସ୍ୱାଭାବିକ ଭାବରେ ବୃଦ୍ଧି ପାଇଛି ରାଜ୍ୟର ତାପମାତ୍ରା । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ କେବଳ ରାଜ୍ୟ ନୁହେଁ ବରଂ ଦେଶରେ ନିଦାଘର କୋପ ବୃଷ୍ଟି ଜାରି ରହିଛି । ଏ ସମୟରେ ପର୍ଯ୍ୟଟକ ଶିମଲା ଭଳି ସହରରେ ଶୀତ ଓ ତୁଷାରପାତର ମଜା ନେବା ବଦଳରେ ସର୍ବନିମ୍ନ ତାପମାତ୍ରା ୧୪.୪ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇଛି । ଏହା ବ୍ୟତୀତ ସର୍ବୋଚ୍ଚ ତାପମାତ୍ରା ୨୩.୨ ଡ଼ିଗ୍ରୀ ସେଲସିୟସ । ଯାହା ସ୍ୱାଭାବିକ ତାପମାତ୍ରା ଠାରୁ ୧୧ ଡ଼ିଗ୍ରୀ ଅଧିକା ।
ଅନ୍ୟପକ୍ଷରେ ମନାଲୀ ଓ ଉତ୍ତରାଖଣ୍ଡର ମସୁରି ଭଳି ହିଲ ଷ୍ଟେସନରେ ସ୍ୱାଭାବିକ ଠାରୁ ୭ରୁ ୯ ଡ଼ିଗ୍ରୀ ଅଧିକ ରହିଛି ତାପମାତ୍ରା । ପାଣିପାଗ ବିଭାଗର କହିବା ଅନୁସାରେ, ସାଧାରଣତଃ ମାର୍ଚ୍ଚ ମାସରେ ଏଭଳି ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥାଏ । କିନ୍ତୁ ଏ ଫେବ୍ରୁଆରୀର ତାତି ମଣିଷଙ୍କର ଜୀବନ-ଜାପନ ଉପରେ ଗଭୀର ପ୍ରଭାବ ପକାଉଛି ।




admin 