ଗୁଳି ମାରି ବ୍ୟବସାୟୀଙ୍କଠୁ ୯ ଲକ୍ଷ ଟଙ୍କା ଲୁଟି ନେଲେ ଲୁଟେରା
ସୁନ୍ଦରଗଡ଼: ସୁନ୍ଦରଗଡ ଲେଫ୍ରିପଡା ଥାନା ଛଟେନପାଳି ତାରିଣୀ ମନ୍ଦିର ନିକଟରେ ଗୁଳିକାଣ୍ଡ । ଗୁଳିମାଡ଼ରେ ଜଣେ ମୃତ । ମୃତକ ଜମଙ୍କ ହେଉଛନ୍ତି ଜଣେ ଛେଳି ବ୍ୟବସାୟୀ । ଗୁଳିମାଡ ପରେ ଛେଳି ବ୍ୟବସାୟୀଙ୍କଠାରୁ ୯ ଲକ୍ଷ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ । ଛେଳି ବ୍ୟବସାୟୀ ଜଣକ ହେଲେ ସର୍ଗିପାଲି ଶ୍ରଦ୍ଧାପାଳି ଗାଁର ।
ସୂଚନା ଥାଉକି, ବ୍ୟବସାୟୀ ଜଣକ ଗୁଣ୍ଡିଆଡ଼ିହି ହାଣିପାନୀ ବଜାରକୁ ଛେଳି କିଣିବା ପାଇଁ ଯାଉଥିବା ସମୟରେ ହୋଇଥିଲା ଏହି ଘଟଣା । ବାଇକରେ ୩ ଜଣ ଆସି ଛେଳି ବେପାରୀଙ୍କ ଉପରେ ଗୁଳିକାଣ୍ଡ କରି ଟଙ୍କା ଲୁଟି ଫେରାର ହୋଇଯାଇଛନ୍ତି । ଘଟଣା ସ୍ଥଳରେ ଲେଫ୍ରିପଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।




admin 