ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ନିର୍ମମ ଭାବେ ଛୁରି ଭୁସି ହତ୍ୟା

ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ନିର୍ମମ ଭାବେ ଛୁରି ଭୁସି ହତ୍ୟା

ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ନିର୍ମମ ଭାବେ ଛୁରି ଭୁସି ହତ୍ୟା
ଢ଼େଙ୍କାନାଳ : ଢେଙ୍କାନାଳ ସଦର ଥାନା ସାରିଅଁ ଗାଁରେ ଗୁରୁବାର ରାତିରେ ଘଟିଛି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ । ଗାଁର ସନା ସାହୁଙ୍କୁ ହତ୍ୟାକରି ଅଭିଯୁକ୍ତ ସେହି ଗାଁର ବାପି ନାୟକ ଫେରାର ହୋଇଯାଇଥିବା ଅଭିଯାଗ ହୋଇଛି । ଗୁରୁବାର ରାତି ୯ଟା ସମୟରେ ଗାଁ ଦାଣ୍ଡରେ ହଠାତ୍‌ ଅଭିଯୁକ୍ତ ବାପି ଏକ ଧାରୁଆ ଛୁରିରେ ସନାଙ୍କୁ ହାଣିବାକୁ ଗୋଡ଼ାଇଥିଲା । ସନାଙ୍କୁ ଗୋଡ଼ାଇ ଗୋଡ଼ାଇ ନିର୍ମମ ଭାବେ ଛୁରି ଭୁସି ହତ୍ୟା କରିଥିଲା । ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଛୁରି ମାଡ଼ରେ ସନାଙ୍କର ମୁହଁ ଓ କାନମୁଣ୍ଡାରେ ଗଭୀର ଆଘାତ ଲାଗିବା ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଗ୍ରାମବାସୀ ସନାଙ୍କୁ ଉଦ୍ଧାର କରି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ସନାଙ୍କୁ ମୃତ ଘୋଷଣା କରିଥିଲେ ।