ଗାଧୋଇଯିବା ବେଳେ ମାଡିଗଲା ଟ୍ରକ, ଚାଲିଗଲା ଜିବନ

ଗାଧୋଇଯିବା ବେଳେ ମାଡିଗଲା ଟ୍ରକ, ଚାଲିଗଲା ଜିବନ

ଗାଧୋଇଯିବା ବେଳେ ମାଡିଗଲା ଟ୍ରକ, ଚାଲିଗଲା ଜିବନ
ବୌଦ୍ଧ - ବୌଦ୍ଧ ଜିଲ୍ଲା ବ୍ରିଜ୍ଛକ ନିକଟରେ ୫୭ ନମ୍ବର ଜାତୀୟ ରାଜପଥରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ ନେଇ ନଦୀକୁ ଗାଧୋଇ ଯିବା ସମୟରେ ଟ୍ରକ ଧକ୍କାରେ ଚାଲିଗଲା ଯିବନ । ସୁଚନା ମୁତାବକ ମୃତ ଯୁବକଙ୍କ ନାଁ ମହେଶ ପ୍ରଧାନ। ତାଙ୍କ ଘର ବୌଦ୍ଧ ଜିଲ୍ଲା ଟୁଟୁସିଙ୍ଗ ଗାଁରେ। ସେହିପରି ଗୁରୁତର ଆହତ ଯୁବକଙ୍କ ନାଁ ବିମଳ ପ୍ରଧାନ। ଟ୍ରକ୍ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକଙ୍କ ନାଁ ମହେଶ ପ୍ରଧାନ। ତାଙ୍କ ଘର ବୌଦ୍ଧ ଜିଲ୍ଲା ଟୁଟୁସିଙ୍ଗ ଗାଁରେ। ସେହିପରି ଗୁରୁତର ଆହତ ଯୁବକଙ୍କ ନାଁ ବିମଳ ପ୍ରଧାନ। ତାଙ୍କ ଘର ବି ଟୁଟୁସିଙ୍ଗାରେ। ଆଜି ସକାଳ ପ୍ରାୟ ୭ଟା ବେଳେ ମହେଶ ଓ ବିମଳ ମହାନଦୀରେ ଗାଧୋଇ ବୌଦ୍ଧ ଅଭିମୁଖେ ଫେରୁଥିବା ସମୟରେ ଏକ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା। ଟ୍ରକ୍ଟି ସେମାନଙ୍କୁ ସାମ୍ନାରୁ ଧକ୍କା ଦେଇଥିଲା। ମହେଶ ବାଇକ୍ ଚଲାଉଥିବା ବେଳେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ସ୍ଥାନୀୟ ଲୋକେ ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ପ୍ରଦାନ ଦାବିରେ ୫୭ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅବରୋଧକାରୀ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି। ରାସ୍ତାର ଉଭୟ ପାଶ୍ୱର୍ରେ ବହୁ ଗାଡି ଅଟକି ରହିଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି । ଆହତ ଯୁବଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।