ଗୁଣପୁର ଉପକାରାଗାରରେ ୭୫ ଜଣ ଅନ୍ତେବାସୀ କରୋନା ପଜିଟିଭ ଚିହ୍ନଟ

ଗୁଣପୁର ଉପକାରାଗାରରେ ୭୫ ଜଣ ଅନ୍ତେବାସୀ କରୋନା ପଜିଟିଭ ଚିହ୍ନଟ

ଗୁଣପୁର ଉପକାରାଗାରରେ ୭୫ ଜଣ ଅନ୍ତେବାସୀ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର: ଗୁଣପୁର ଉପକାରାଗାରରେ ୭୫ ଜଣ ଅନ୍ତେବାସୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଜେଲରେ ଥିବା ୧୧୩ ଜଣ କଏଦୀଙ୍କ ମଧ୍ୟରୁ ୭୧ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଜେଲରେ ୧୪ ଜଣ କର୍ମଚାରୀଙ୍କ ମଧ୍ୟରୁ ୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତ ଚିହ୍ନଟ କରୋନା ଆକ୍ରାନ୍ତ ଜେଲ ଭିତରେ ଆଇସୋଲେସନରେ ରହିଛି । ଏନେଇ ଗୁଣପୁର ଉପଖଣ୍ଡ ଡାକ୍ତର ରମେଶ ସାହୁ ସୂଚନା ଦେଇଛନ୍ତି । ପ୍ରକାଶ ଯେ, ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮ ହଜାର ୩୯୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ପଜିଟିଭ ଆକ୍ରାନ୍ତ ୪ ହଜାର ୭୪୧ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩୬୫୮ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୮୨ ହଜାର ୧୩୧ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।