ଗୋଟିଏ ଘରୁ ପରିବାରର ତିନି ଜଣଙ୍କ ଜଳନ୍ତା ମୃତଦେହ ଜବତ : ଚର୍ଚ୍ଚାରେ ଟ୍ରିପଲ୍‌ ମର୍ଡର

ଗୋଟିଏ ଘରୁ ପରିବାରର ତିନି ଜଣଙ୍କ ଜଳନ୍ତା ମୃତଦେହ ଜବତ : ଚର୍ଚ୍ଚାରେ ଟ୍ରିପଲ୍‌ ମର୍ଡର

ଗୋଟିଏ ଘରୁ ପରିବାରର ତିନି ଜଣଙ୍କ ଜଳନ୍ତା ମୃତଦେହ ଜବତ : ଚର୍ଚ୍ଚାରେ ଟ୍ରିପଲ୍‌ ମର୍ଡର
ଉତ୍ତରପ୍ରଦେଶର ଆଗ୍ରାର ଗୋଟିଏ ପରିବାରର ତିନିଜଣଙ୍କର ହତ୍ୟାର ଖବର ସାମ୍ନାକୁ ଆସିଛି । ଏହି ଘଟଣା ଏତ୍ମାଦୋଲ୍ଲାର ନଗଲା କିଶନଲାଲ ଅଞ୍ଚଳରେ ଘଟିଛି । ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ସ୍ବାମୀ-ସ୍ତ୍ରୀ ଓ ପୁଅ ରହିଛନ୍ତି । ତିନି ଜଣଙ୍କର ଜଳନ୍ତା ଶବ ଘରୁ ମିଳିଥିବାବେଳେ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତକଙ୍କ ମଧ୍ୟରେ ୫୫ ବର୍ଷୀୟ ରଘୁବୀର, ସ୍ତ୍ରୀ ମୀରା ଓ ୨୨ ବର୍ଷୀୟ ପୁଅ ବବୁଲ୍‌ ରହିଛନ୍ତି । ମୃତ ବ୍ୟକ୍ତି ଜଣଙ୍କର ଅର୍ଥାତ ଘରର ମାଲିକ ହାତ ଓ ଗୋଡ଼କୁ ସେଲୋଟେପରେ ବନ୍ଧା ଯାଇଥିଲା। ଘଟଣାଟି ପ୍ରଘଟ ହେବା ପରେ ସମ୍ପୃକ୍ତ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ତିନିଜଣଙ୍କୁ ହତ୍ୟା କରାଯିବା ପରେ ଜଳାଇ ଦିଆଯାଇଥିବାର ସନ୍ଦେହ ହୋଇଛି । ତେବେ ଗୋଟିଏ ପରିବାରର ସମସ୍ତ ସଦସ୍ୟଙ୍କର କିଏ କିପରି କାହିଁକି ହତ୍ୟା କଲା, ସେନେଇ ପୋଲିସ୍‌ ତନାଘନା ଆରମ୍ଭ କରିଛି । ସିସିଟିଭ୍‌ ଫୁଟେଜ୍‌ ଯାଞ୍ଚ କରିବା ସହିତ ତଦନ୍ତ ଚଳାଇଛି ପୋଲିସ୍‌ ।