ଚିରଞ୍ଜୀବ ଓ ମୋକିମ ଚାହିଁଲେ ଆଲୋଚନା ପାଇଁ ରାଜି : ଶରତ
ଭୁବନେଶ୍ୱର : ନିଲମ୍ବିତ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଓ ମହମ୍ମଦ ମୋକିମ ଯଦି ଚାହିଁବେ ତେବେ ସେ ଆଲୋଚନା ପାଇଁ ରାଜି ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି । ଶରତ କହିଛନ୍ତିଯେ, କିଏ କ’ଣ କହୁଛନ୍ତି ସେନେଇ ସେ କିଛି ଟିପ୍ପଣୀ ଦେବେ ନାହିଁ । ସେମାନଙ୍କ ନିଲମ୍ବନ ପ୍ରତ୍ୟାହାର ପାଇଁ କିଛି ଅଭିଯୋଗ ଆସିନାହିଁ । ଯଦି ସେମାନେ ନିଲମ୍ବନ ପ୍ରତ୍ୟାହାର ପାଇଁ ଚାହୁଁଛନ୍ତି ତେବେ ଲେଖିକି ଦେଲେ ସେ ହାଇକମାଣ୍ଡଙ୍କୁ ଅବଗତ କରାଇବେ ।
ସୂଚନାଯୋଗ୍ୟଯେ, ଦଳ ବିରୋଧୀ କାର୍ଯ୍ୟ ପାଇଁ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ୱାଳଙ୍କୁ ନିଲମ୍ବିତ କରାଯାଇଥିଲା । ଏନେଇ ଉଭୟ ନେତା ପରୋକ୍ଷରେ ପିସିସିକୁ ଟାର୍ଗେଟ କରିଥିଲେ । ଏପରିକି ସେମାନେ କଂଗ୍ରେସରେ ଅଛନ୍ତି ଓ କଂଗ୍ରେସରୁ ହିଁ ଲଢ଼ିବେ ବୋଲି କହିଥିଲେ । ଆଜି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଆଗାମୀ ଦିନରେ ଏକାଠି ଲଢ଼ିବା ପାଇଁ ଆଲୋଚନା ହୋଇଥିଲା । ଶରତଙ୍କ ଏଭଳି ମନ୍ତବ୍ୟ ପରେ ପୁଣି କଂଗ୍ରେସ ରାଜନୀତି ସରଗରମ ହୋଇଯାଇଛି । ଚିରଞ୍ଜୀବଙ୍କୁ ନିଲମ୍ବନ ପ୍ରତିବାଦରେ ନାଉଗାଁ କଂଗ୍ରେସ ପକ୍ଷରୁ ଆନ୍ଦୋଳନର ବି ଡାକରା ଦିଆଯାଇଛି ।




user1 