ଚଳିତ ବର୍ଷ ହେବ ହାଡଭଙ୍ଗା ଶୀତ : ଜାଣନ୍ତୁ କଣ କହିଲେ ଆଇଏମଡି ଡିଜି

ଚଳିତ ବର୍ଷ ହେବ ହାଡଭଙ୍ଗା ଶୀତ : ଜାଣନ୍ତୁ କଣ କହିଲେ ଆଇଏମଡି ଡିଜି

ଚଳିତ ବର୍ଷ ହେବ ହାଡଭଙ୍ଗା ଶୀତ : ଜାଣନ୍ତୁ କଣ କହିଲେ ଆଇଏମଡି ଡିଜି
ନୂଆଦିଲ୍ଲୀ : ଚଳିତ ବର୍ଷ ହାଡଭଙ୍ଗା ଶୀତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୂମାନ ଲଗାଯାଇଛି । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏ ସମ୍ପର୍କରେ ପୂର୍ବାନୂମାନ ପ୍ରଦାନ କରିଛନ୍ତି । ଚଳିତ ବର୍ଷର ଲା ନିନା ଦୁର୍ବଳ ରହିଥିବାରୁ ଶୀତ ଦିନେ ତାପମାତ୍ର ବିଗତ ବର୍ଷଗୁଡିକ ଅପେକ୍ଷା କମ ରହିବ ବୋଲି ଆଇଏମଡି ଡିଜି କହିଛନ୍ତି । ପାଣିପାଗରେ ଏଲନିନୋ ଏବଂ ଲା ନିନାର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ । ପ୍ରଶାନ୍ତ ମହାସାଗରୀୟ ଉପକୂଳରେ ପ୍ରବାହିତ ହେଉଥିବା ବାୟୁ କାରଣରୁ ଶୀତ ଏବଂ ଗ୍ରୀଷ୍ମ ନିୟନ୍ତ୍ରିତ ହୋଇଥାଏ । ରାଜସ୍ଥାନ, ଉତରପ୍ରଦେଶ ଓ ବିହାର ଭଳି ରାଜ୍ୟରେ ଶୀତ ଲହରୀ ଯୋଗୁଁ ଲୋକଙ୍କ ମୃତୁ୍ୟ ହେବାର ଆଶଙ୍କା ରହିଛି । ପ୍ରତିବର୍ଷ ନଭେମ୍ବରରେ ଆଇଏମଡ଼ି ପକ୍ଷରୁ ଶୀତ ନେଇ ପୂର୍ବାନୁମାନ କରାଯାଇଥାଏ । ଡିସେମ୍ବରରୁ ଫେବୃଆରୀ ପର୍ୟ୍ୟନ୍ତ କେଉଁ ରାଜ୍ୟର କେଉଁ ଅଂଚଳରେ କିଭଳି ଶୀତ ଅନୁଭୂତ ହେବ ସେନେଇ ସୂଚନା ଦିଆଯିବ ।ଲାଲ ନିନା ପ୍ରଶାନ୍ତ ମହାସାଗରୀୟ ଜଳରାଶିକୁ ଥଣ୍ଡା କରୁଥିବାବେଳେ ଏଲ ନିନୋ ପ୍ରଭାବରେ ଗରମ ହୋଇଥାଏ । ଭାରତୀୟ ମୌସୁମୀ ଉପରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଥାଏ ।